ସାମ୍ନାକୁ ଆସିଲେ ଅମିର-କିରଣ: ହାତ ଧରାଧରି ହୋଇ କହିଲେ,‘ଆମେ ଗୋଟିଏ ପରିବାର’

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଏବଂ ସ୍ତ୍ରୀ କିରଣ ରାଓ ଛାଡପତ୍ର ଘୋଷଣା କରିଛନ୍ତି। ଉଭୟ ପାରସ୍ପରିକ ସହମତି ଦ୍ୱାରା ଅଲଗା ହୋଇଛନ୍ତି। ଛାଡପତ୍ର ଘୋଷଣା ପରେ ଅମିର ଏବଂ କିରଣ ଏବେ ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପାଇଁ ଏକାଠି ହୋଇଛନ୍ତି। ପୂର୍ବ ଦମ୍ପତି ହାତ ଧରି ସେମାନଙ୍କର ସମସ୍ତ ପ୍ରଶଂସକଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ଆମେ ଅଲଗା ହେଲେ ବି ଗୋଟିଏ ପରିବାରର। ଆମ ସମ୍ବନ୍ଧ ସିନା ପରିବର୍ତ୍ତନ ହୋଇଛି ସତ କିନ୍ତୁ ଆମେ ଦୁହେଁ ଦୁହିଁଙ୍କ ପାଇଁ ସର୍ବଦା ରହିବୁ। ସେଥିପାଇଁ ଆପଣମାନେ କେବେ ଭାବନ୍ତୁନି କି ଆମେ ଅଲଗା ଅଛୁ। ଶେୟାର ହୋଇଥିବା ଭିଡିଓରେ ଆମୀର ଖାନ ଏବଂ କିରଣ ରାଓ ପରସ୍ପର ପାଖରେ ବସିଥିବାର ନଜର ଆସିଛନ୍ତି। କେବେଳ ଏତିକି ନୁହେଁ ଉଭୟ ପରସ୍ପରର ହାତ ଧରିଥିବା ମଧ୍ୟ ଦେଖାଯାଇଥିଲା।

ଅମିର ଏବଂ କିରଣ ୨୦୦୫ରେ ବିବାହ କରିଥିଲେ। ବିବାହର ୧୫ ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ୯ ବର୍ଷର ପୁଅ ଆଜାଦ ଅଛି

Leave a Reply

Your email address will not be published. Required fields are marked *