ଗୋଟିଏ ଦିନରେ ଦୁଇଟି ଦୁର୍ଘଟଣା, ୬ ମୃତ.

ଅନୁଗୋଳ : ଜିଲା ଜରପଡା ଥାନା ନିକଟସ୍ଥ ୫୫ନ ଜାତୀୟ ରାଜପଥର ଜରପଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆମ୍ବୁଲାନ୍ସ ପିଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କରକୁ। ଫଳରେ ଦୁର୍ଘଟଣାରେ ୪ମୃତ ୩ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରା ଯାଇଛି। ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ମୃତକ ଓ ଗୁରୁତର ମାନଙ୍କ ଘର ବଲାଙ୍ଗୀର ଜିଲା ଆଗଲପୁର ଗାଁର ବୋଲି ଜଣା ପଡ଼ିଛି। ମୃତକ ମନଙ୍କ ମଧ୍ୟରେ ଆମ୍ବୁଲାନ୍ସ ଚାଳକ ବାବୁଲାଲ ସୋନା ଓ ବବୁଲୁ ମେହେର। ଅନ୍ୟ ଦୁଇ ଜଣଙ୍କ ନାଁ ଜଣା ପଡି ନାହିଁ। ଗୁରୁତର ୩ଜଣ ହେଲେ ରବି ମେହେର, ଲିଙ୍ଗରାଜ ମେହେର ଓ କୁଲୁ ପଟେଲ। ଘଟଣାରୁ ଜଣା ପଡିଛିଯେ କୌଣସି କାରଣରୁ ବବୁଲୁ ମେହେର ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବୁର୍ଲା ହସ୍ପିଟାକୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଆଣୁ ଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଜରପଡା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ମୃତ ଦେହ ଗୁଡିକୁ ଉଧାର କରିବା ସହ ଗୁରୁତର ମାନଙ୍କୁ ଡାକ୍ତରଖାନା ପଠାଇ ଥିଲେ। ତେବେ ଆମ୍ବୁଲାନ୍ସ ଚାଳକ ଗାଡି ଭିତରେ ଚାପି ହୋଇ ରହି ଯାଇଥିବାରୁ ଦମକଳ ବାହିନୀ ଆସି ମୃତ ଦେହକୁ ବାହାର କରିଥିଲେ।

ସେହିପରି ଜିଲାର  ଏନଟିପିସି ଥାନା ୧୫୩ନମ୍ବର ଜାତୀୟ ରାଜପଥ ନକନକା ଗାଁ ପାଖ ଓମ ଢାବା ନିକଟରେ  ଟ୍ରକ ସହ ବାଇକ ମୁହାଁ ମୁହିଁ ଧକା ହୋଇଛି। ଦୁର୍ଘଟଣାରେ କଣିହାଁ ଥାନା କମରେଇ ଗାଁର ଯୁବକ ଲଳିତ କୁମାର ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକ ଆରୋହୀ ଜ୍ୟୋତି ରଞ୍ଜନ ସାହୁ ଙ୍କ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।। ଚିକିତ୍ସା ପାଇଁ ଜ୍ୟୋତିଙ୍କୁ ତାଳଚେର ମଣ୍ଡାପାଳ ପରେ ସେଠାରୁ  କଟକ ଡାକ୍ତରଖାନା ନେଉଥିବା ବେଳେ ଅବସ୍ଥା ସଂକଟା ପର୍ଣ୍ଣ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଆଣାଯାଇଥିଲା ।ସେଠାରେ ଚିକିତ୍ସା ହେଉଥିବା ବେଳେ ତାଙ୍କର  ମୃତ୍ୟୁ ହୋଇଛି।  ଦୁର୍ଘଟଣା କୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *