ଜିଲ୍ଲା ପ୍ରଶାସନର ଅନନ୍ୟ ପ୍ରୟାସ ”ବାର୍ତ୍ତା”

ଅନୁଗୋଳ :ସଚେତନ ନାଗରିକ, ଉନ୍ନତ ଅନୁଗୋଳର- ଆଭିମୁଖ୍ୟ ନେଇ ଜିଲ୍ଲା ପ୍ରଶାସନର ଅନନ୍ୟ ପ୍ରୟାସ ”ବାର୍ତ୍ତା” । ମହାଶିବରାତ୍ରି ଅବସରରେ ଆଠମଲ୍ଲିକ ବିଧାୟକ  ରମେଶ ଚନ୍ଦ୍ର ସାଏ, ଛେଣ୍ଡିପଦା ବିଧାୟକ  ସୁଶାନ୍ତ କୁମାର ବେହେରା ଅନୁଗୋଳ ଜିଲ୍ଲାପାଳ  ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ  ତପନ କୁମାର ଶତପଥି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ଦିଲ୍ଲୀପ କୁମାର ସାହୁଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରଯାଇଥିଲା ।

ରାଜ୍ୟ ସରକାରଙ୍କ ୫୦ରୁ ଉର୍ଦ୍ଧ୍ବ ଲୋକହିତକର ଯୋଜନାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଜିଲ୍ଲାର ୨୨୫ଟି ଗ୍ରାମପଞ୍ଚାୟତର ଜନସାଧାରଣଙ୍କୁ ବିସ୍ତୃତ ଭାବେ ମନଛୁଆଁ ଭିଡିଓ ମାଧ୍ୟମରେ ଅବଗତ ଓ ସଚେତନ କରିବ ବାର୍ତ୍ତା । ଦୁଇ ଭିଡିଓ ପ୍ରଦର୍ଶନକାରି ସୁସଜ୍ଜିତ ଯାନ ଗୋଟିଏ ଦିନରେ ୩ଟି ଗ୍ରାମପଞ୍ଚାୟତ ଅତିକ୍ରମ କରିବେ । ଚଳିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବାର୍ତ୍ତା ମୁଖ୍ୟତଃ ସନ୍ଧ୍ୟା ସମୟରେ ପ୍ରଦର୍ଶିତ ହେବ । ବାର୍ତ୍ତାର ପ୍ରକୃତ ସୁଫଳ ଯେମିତି ଲୋକମାନଙ୍କ ନିକଟରେ ପହଞ୍ଚିବ ସେ ନେଇ ଆବଶ୍ୟକ ପ୍ରାକ ପ୍ରସ୍ତୁତି କରିବାପାଇଁ  ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା ମାସ ୨୦ ଯାଏଁ ଚାଲିବ ।

Leave a Reply

Your email address will not be published. Required fields are marked *