ସାଧାରଣ ତନ୍ତ୍ର ଦିବସରେ ୭୫ କୋଟି ସୂର୍ଯ୍ୟ ନମସ୍କାର ଆୟୋଜିତ।

ଅନୁଗୋଳ : ଗଣତନ୍ତ୍ର ଦିବସ ଅବସରରେ ସ୍ୱାଧୀନତା’ର 75ତମ ବର୍ଷପୂର୍ତ୍ତି – ଅମୃତ ମହୋତ୍ସବ 75 କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ବୁଧବାର ସ୍ଥାନୀୟ ବିଜୁ ମୈଦାନ ସ୍ଥିତ ସୂର୍ଯ୍ୟ ନମସ୍କାର ପ୍ରତିକୃତି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ଭାରତ ସ୍ୱାଭିମାନ ନ୍ୟାସ ଅନୁଗୋଳ ଜିଲ୍ଲା ପ୍ରଭାରୀ ଯୋଗ ଆଚାର୍ଯ୍ୟ ସୁଧାଂଶୁ ଶେଖର ଦାସ’ ଙ୍କ ତତ୍ୱାବଧାନରେ ସଂଯୋଜିତ ହେବା ସହିତ ପ୍ରମୁଖ ଶିକ୍ଷକ ଶ୍ରୀ ଚନ୍ଦ୍ର ଶେଖର ମହାନ୍ତି, ଲୀନା ବିଶ୍ୱାଳ,ପ୍ରାଣବନ୍ଧୁ ସାହୁ ଏବଂ ଡ୍ର. ଆମ୍ବୁଜ ସାହୁ’ ଙ୍କ ତତ୍ୱାବଧାନ ରେ ସଂଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଅଜୟ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ସାହୁ, ସନ୍ଦୀପ ଦାସ, ପୁଣ୍ୟଶା ଦାସ,ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିକାଶ କୁମାର ନାଥ, ଲଳିତ ମୋହନ ପାଳ, କ୍ଷୀରୋଦ ବିହାରୀ ସାହୁ, ପ୍ରକାଶ କୁମାର ପାଗଳ, ସୁଶାନ୍ତ କୁମାର ବାରିହା, ଅନ୍ୱେଶା ଦାସ, ଚନ୍ଦ୍ରିକା ଶତପଥୀ, ଦିବ୍ୟଦର୍ଶୀ ଦାସ, ସୌମ୍ୟଦର୍ଶୀ ଦାସ ଏବଂ ସୌରଭ ରଞ୍ଜନ ସାହୁ ଆଦି 75 ସାମୁହିକ ସୂର୍ଯ୍ୟ ନମସ୍କାର ରେ ଭାଗ ନେଇଥିଲେ ।

ଏହି କାର୍ଯ୍ୟକ୍ରମଟିକୁ offline ଓ online ମାଧ୍ୟମରେ ସଞ୍ଚାଳନ କରାଯାଇଥିଲା । ଆୟୁଷ ମନ୍ତ୍ରାଳୟ ସହଯୋଗ କ୍ରମେ ପତଞ୍ଜଳି ଯୋଗପୀଠ – ହରିଦ୍ୱାର, ଗୀତା ପରିବାର, HEARTFULNESS, NATIONAL SPORTS FEDERATION ଓ କ୍ରୀଡା ଭାରତୀ ଆଦି ସଂସ୍ଥା ମାନଙ୍କର ସାମୁହିକ ପ୍ରୟାସ ଏବଂ ଆୟୋଜନ କ୍ରମେ 75 କୋଟି ସୂର୍ଯ୍ୟ ନମସ୍କାର : ଅମୃତ ମହୋତ୍ସବ ଅନୁଷ୍ଠିତ ହେଉଛି । ପତଞ୍ଜଳି ଯୋଗପୀଠ ରୁ ପରମ ଶ୍ରଦ୍ଧେୟ ଯୋଗର୍ଶୀ ସ୍ୱାମୀ ରାମଦେବ ଜୀ ମହାରାଜ online  ମାଧ୍ୟମରେ  ସୂର୍ଯ୍ୟ ନମସ୍କାର ଶିକ୍ଷା ପ୍ରଦାନ କରିଥିଲେ । ଆଜିର ସାମଗ୍ରିକ ଅଭ୍ୟାସ ରେ ରାଜ୍ୟ,ଦେଶ ଓ ବିଦେଶ ରୁ ଲକ୍ଷ ଲକ୍ଷ ସାଧକ ସାଧିକା ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଫେବୃଆରୀ 20 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ

Leave a Reply

Your email address will not be published. Required fields are marked *