ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲା ଅନୁଗୋଳ ବିଜେଡ଼ି

ଅନୁଗୋଳ: ଅନୁଗୁଳ ଓ କଟକ ଜିଲ୍ଲାରେ ପର୍ବତୀଗିରି ବୃହତ୍ତ ଉଠା ଜଳସେଚନ ଯୋଜନା ପାଇଁ ୪୬୬ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସେଥି ମଧ୍ୟରୁ କେବଳ ଅନୁଗୁଳ ଜିଲ୍ଲା ପାଇଁ ୨୩୯ କୋଟି ୨୭ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ସେଥିପାଇଁ ଆଜି ସନ୍ଧ୍ୟାରେ ଜିଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରା ଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ସଭାପତିତ୍ୱ କରିଥିଲେ। ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଲ ଲହଡା ବିଧାୟକ ମୁକେଶ ପାଳ ଏବଂ ଅନୁଗୁକ ବିଧାୟକ ତଥା ଉପବାଚସ୍ପତିଙ୍କ ପ୍ରତିନିଧି ଅରୁଣାଭ ସିଂ ପ୍ରମୁଖ ଯୋଗ ଦେଇଥିଲେ। 

ଏହି ପ୍ରକଳ୍ପ ଯୋଗୁ ଖରସୁଆ, କାଣୀ ଏବଂ ବୈତରଣୀ ନଦୀରୁ  ଜଳ ଉତ୍ତୋଳନ କରି ଉଭୟ ଜିଲ୍ଲାର ୧୨,୯୧୪ ହେକ୍ଟର ଜମିରେ ଜଳ ସେଚିତ ହୋଇ ପାରିବ। ପ୍ରକଳ୍ପଟି ୩୬ମାସ ମଧ୍ୟରେ ଶେଷ ହେବ। ଆସନ୍ତା ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପ୍ରସ୍ତାବ ମଧ୍ୟ ରହିଛି। ତେଣୁ ଏହି ପ୍ରକଳ୍ପ ହେଲେ ଚାଷୀ ମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ହୋଇ ପାରିବ। ସେଥିପାଇଁ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *