ବିଜୁ ଜନତା ଦଳର ମିଶ୍ରଣ ପର୍ବ

ଅନୁଗୋଳ : ଆଜି ଅନୁଗୋଳ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ଅନ୍ତର୍ଗତ ନୂଆ ମୌଜା ଗ୍ରାମ ପଞ୍ଚାୟତ ର ସରଧାପୁର ଗ୍ରାମ ର ବହୁ ବିଜେପି କର୍ମୀ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଅନୁଗୋଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହଙ୍କ ସ୍ୱଚ୍ଛତା ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ, ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ଅରୁଣାଭ ସିଂହ, ବିନୋଦ ସାହୁ, ଭାଗିରଥି ମାଝୀ, ବୁଲା ସ୍ୱାଇଁ, ବିକାଶ ସାହୁ, ଜୟନ୍ତ ସାହୁ, ଲୁଲୁ ବେହେରା, ସରୋଜ ପରିଡା, କୀର୍ତିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଏନେଇ ଦଳ ପକ୍ଷରୁ ଏକ ପ୍ରେସ ଇସ୍ଥହାର ରେ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *