ଅନୁଗୋଳ ବ୍ଳକ ବିଜେଡି ର ସାମ୍ବାଦିକ ସମ୍ମିଳନୀ,ବନ୍ତଳା ଅଞ୍ଚଳର ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଅନୁଦାନ ପାଇଁ ଜଣାଇଲେ କୃତଜ୍ଞତା ।

ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛିନ୍ତି । ଧନସମ୍ପତ୍ତି ନଷ୍ଟ ସହିତ ଜୀବନ ହାନୀ ମଧ୍ୟ ହେଉଛି । ଲୋକଙ୍କ ଠାରୁ ଏହି ସମସ୍ୟା ଶୁଣିବା ପରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରୋକିବା ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବନ୍ତଳାର ୪୩ ଟି ଗାଁରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇ ଅଧିକ ସୁରକ୍ଷା ବ୍ୟବସ୍ଥାର ବିକାଶ କରାଯିବ । ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କ ଅନୁଗୋଳ ଗସ୍ତ ସମୟରେ ବନ୍ତଳା ଠାରେ ହାତୀ ଆକ୍ରମଣ ସଂପର୍କରେ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଏଥ୍ ସହିତ ୫-ଟି ସଚିବଙ୍କ ବନ୍ତଳା ଅଂଚଳ ପରିଦର୍ଶନ ସମୟରେ ଏକ ଅଗ୍ନିଶମ ସେବା କେନ୍ଦ୍ରର ଆବଶ୍ୟକତା ସଂପର୍କରେ ଜନସାଧାରଣ ଅବଗତ କରାଇଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ବନ୍ତଳା ଠାରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି ।

Advertisement

ଏହା ସହିତ ସାତକୋଶିଆ ଇକୋ ଟୁରିଜିମ୍ ସ୍ଥାନରେ ମଧ୍ୟ ଏକ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ କରାଯିବ ।ବହୁ ଦିନର ପ୍ରମୁଖ ଦାବିକୁ ପୂରଣ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ନେତୃ ବୃନ୍ଦ। ଏନେଇ ଦଳ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହୂ ସମ୍ମିଳନୀରେ ଦଳର ଜିଲା ସଭାପତି ଙ୍କ ସହ ଉପ ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ଙ୍କ ପ୍ରତିନିଧି, ବ୍ଳକ ଅଧକ୍ଷ ଉପାଧକ୍ଷ, ଜିଲା ପରିଷଦ ର ସଦସ୍ୟ ଓ ଅନୁମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *