ଟିଟିପିଏସ ପାଇଁ ୭ ତାରିଖରେ SUCI ର ଅନୁଗୋଳ ବନ୍ଦ ।

ଅନୁଗୋଳ :ଟିଟିପିଏସ ପ୍ଲାଣ୍ଟ ବନ୍ଦ କୁ ବିରୋଧ ଓ ବିଦ୍ରୋହ ଦିନକୁ ଦିନ ତେଜିବାକୁ ଲାଗୁଚି ।ଗତ କାଲି ଶାସକ ବିଜେଡି ପ୍ଲାଣ୍ଟ ପୁନଃ କାର୍ଯ୍ୟ କ୍ଷମ ପାଇଁ  ଦାବି କରି 12 ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦେଇଥିବା ବଳେ  ବେଳେ ଆଜି SUCI କମ୍ୟୁନିଷ୍ଟ ମଧ୍ୟ ଅନୁଗୋଳ ଜିଲା ବନ୍ଦ ପାଇଁ  ଡାକରା ଦେଇଛି। କମ୍ୟୁନିଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବନ୍ଦ ପାଳନ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ବିଜେଡି କେନ୍ଦ୍ର ସରକାର ଙ୍କ ଅବହେଳା ପାଇଁ 62 ମସିହାର ପ୍ଲାଣ୍ଟ  ବନ୍ଦ ହେଲା ବୋଲି ଅଭିଯୋଗ କରୁଥିବା ବେଳେ SCUI କିନ୍ତୁ ଉଭୟ ସରକାର ଙ୍କ  ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜି ଛି ବୋଲ ଅଭିଯୋଗ କରିଛି  । ତେଣୁ ସେମାନଙ୍କ ଆନ୍ଦୋଳନ ର ଉଭୟ ସରକାର ଙ୍କ ବିରୁଦ୍ଧରେ ବୋଲ ସ୍ପଷ୍ଟ କରାଯାଇଛି।ସରକାର ଚାହିଁ ଥିଲେ ପ୍ଲାଣ୍ଟ ଚାଲି ପାରିଥାନ୍ତା ବୋଲି ସେମାନେ ଅଭିଯୋଗ କରିଛନ୍ତି। ତାହା ନ କରି ପ୍ଲାଣ୍ଟ ବନ୍ଦ କରି ଏବେ ଲକ୍ଷାଧିକ ଲୋକଙ୍କୁ ରୋଜଗାର ହରାଇବାକୁ ସରକାର ବାଧ୍ୟ କରୁଛନ୍ତି ।ତେଣୁ ତା ବିରୁଦ୍ଧରେ କାଲି ର ଅନୁଗୋଳ ବନ୍ଦ ବୋଲି ଦଳ ସ୍ପଷ୍ଟ କରିଛି।

Advertisement

Leave a Reply

Your email address will not be published. Required fields are marked *