ସାମୁହିକ ଔଷଧ ସେବନ,ପ୍ରଥମେ ବଟିକା ଖାଇଲେ ଜିଲ୍ଲାପାଳ .

ଆଜି ଠାରୁ  ଅନୁଗୋଳ ଜିଲାରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ଏହି କାର୍ଯ୍ୟକ୍ରମକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରଥମେ ବଟିକା ଖାଇ ଆରମ୍ଭ କରିଥିଲେ। ଏହି ଔଷଧ ସେବନ ସମ୍ପୂର୍ଣ୍ଣ ଭାବେ ନିରାପଦ। ତେଣୁ ଆମେ ସମସ୍ତେ ଏହାକୁ ସେବନ କରି ଆମ ଜିଲାରୁ ଫାଇଲେରିଲା ହଟାଇବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହାପରେ ସିଡିଏମଓ ଅଭୟ ଦାସଙ୍କ ସମେତ ବହୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମଧ୍ୟ ଫାଇଲେରିଆ ଔଷଧ ସେବନ କରିଛନ୍ତି ।

ଚଳିତବର୍ଷ ଜିଲ୍ଲାରେ 12 ଲକ୍ଷ 57 ହଜାର ରୁ ଅଧିକ ଲୋକଙ୍କୁ ଙ୍କୁ ଏହି ସେବନ କରାଇବା ପାଇଁ ସ୍ୱାସ୍ତ୍ୟ ବିଭଗ ଲକ୍ଷ ରଖାଯାଇଛି  ।ଏଥିପାଇଁ ସ୍ୱତନ୍ତ୍ର ଭାବେ ତାଲିମ ନେଇଥିବା ସ୍ୱାସ୍ତ୍ୟ ବିଭଗରେ କର୍ମଚାରୀ ଙ୍କ ସମେତ ଅଙ୍ଗନୱାଡ଼ି , ଆଶା କର୍ମୀ ଏହିଭଳି 2550 କର୍ମଚାରୀ ଲୋକଙ୍କ ପାଖରେ ଔଷଧ ପହଞ୍ଚାଇବା ସହ ସେମାନଙ୍କୁ ସେବନ କରାଇବେ।

Leave a Reply

Your email address will not be published. Required fields are marked *