ଡାକ୍ତରଖାନରେ ମେଡ଼ିସିନ କେଳଙ୍କାରି , ସ୍ୱାସ୍ଥ୍ୟ ବିଭାଗର ସ୍ୱଚ୍ଛତା କୁ କଂଗ୍ରେସ ଉଠାଇଲା ପ୍ରଶ୍ନ ।

 ଅନୁଗୋଳ : ଅନୁଗୋଳ ଜିଲ୍ଲା ସରକାରୀ ମୁଖ୍ୟ  ଡାକ୍ତର ଖାନା କ୍ୱାଟର ଭଙ୍ଗା ବେଳେ କୋଟି କୋଟି ଟଙ୍କାର ମେଡ଼ିସିନ  ମେଡ଼ିସିନ ବାହାରିବା କୁ ନେଇ ପ୍ରଶ୍ନ ଉଠାଇଛି ଅନୁଗୋଳ ଜିଲା କଂଗ୍ରେସ । ଜିଲା ଓବିଷୀ ସେଲ ସଭାପତି ଜିତେନ୍ଦ୍ର ସାହୁ  ଘଟଣା ବାଦରେ ଜାଣିବା ପରେ ନିଜେ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ରେ ଘଟଣା ତଦନ୍ତ ଦାବି କରିଛନ୍ତି । ଘଟଣାରେ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ଲୋକଙ୍କ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଆଇରନ ଏବଂ ଭିଟାମିନ ସିରପ କୁ ଲୋକଙ୍କୁ ନ ଦେଇ କ୍ଵାଟର ମଧ୍ୟରେ ରାଖୀ ଫିଙ୍ଗିବା ଘଟଣା କୁ ଦଳ ନିନ୍ଦା କରିବା ସହ ଏହାର ପରିଚାଳନା ରେ ଥିବା ଅଧିକାରୀ ଙ୍କୁ ଦାୟୀ କରିଛି ।  ଜିଲା କଂଗ୍ରେସ ଭବନରେ  ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନି ରେ ଏହାକୁ ନିନ୍ଦା କରିବା ସହ ଉପରେ ପ୍ରଶ୍ନ କରିଛି ଦଳ । ଆସନ୍ତା ତିନି ଦିନ ମଧ୍ୟରେ ଏହାର ତଦନ୍ତ ନହେଲେ କଂଗ୍ରେସ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦିଆଯାଇଛି।ଏହି ସମ୍ମିଳନୀରେ  ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଧର୍ମେନ୍ଦ୍ର ମିଶ୍ର,ନୀଳକଣ୍ଠ ନାୟକ,ଅମୁଲ୍ୟ ବେହେରା,ଗୋପାଳ ନାଥ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *