ଅନୁଗୋଳ : କନ୍ୟା ସନ୍ତାନର ଗୁରୁତ୍ବକୁ ଉପଲବଧ କରିବା ଓ ସେମାନଂକର ସଂଖ୍ୟା ପୁଅମାନଂକ ତୁଳନାରେ କିପରି ଅଧିକ ହେବ ଏହାକୁ ଦୃଷ୍ଟିରେ ରଖ୍ ଆଜି ଜାତୀୟ ଶିଶୁ କନ୍ୟା ଦିବସ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି । କନ୍ୟା ଭ୍ରୁଣ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକୁ ସମାଜରୁ ବିଲୋପ କରିବା ନିମନ୍ତେ ଉଦ୍ଦିଷ୍ଟ ଆଇନକୁ କଡାକଡି ଭାବେ କାର୍ଯ୍ୟ କରିବା ହେଉଛି ଏହି ଦିବସର ମୁଳ ଲକ୍ଷ୍ୟ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇ କନ୍ୟା ସନ୍ତାନମାନଂକର ସୁରକ୍ଷା ଓ ସେମାନଂକର ଲାଳନ ପାଳନ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରିବାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସେମାନଂକର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ବାରୋପ କରିଥିଲେ । ଜିଲ୍ଲା ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରିଣୀ ଡା.ପୁର୍ଷମା ଉଦ୍ଗାତା ସମାଜରେ ଦେଖା ଦେଉଥିବା ଲିଙ୍ଗଗତ ସମସ୍ୟା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ଧନଂଜୟ ବେହେରା ସମାଜ ଗଠନ ଦିଗରେ ମହିଳାମାନଂକର ଗୁରୁ ଦାୟିତ୍ବ ରହିଛି, ତେଣୁ ସେମାନଂକର ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା.ଦିଲ୍ଲିପ ପଟ୍ଟନାୟକ ଶିଶୁ କନ୍ୟା ମାନଂକର ସୁରକ୍ଷା,ଯନ୍ ଓ ସେମାନଂକର ଅଧିକାର ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହକାରୀ ଜନ ସ୍ବାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ଭରତ କୁମାର ସାହୁ ଓ ପି ସି ପି ଏନ୍.ଟି ଡିର ପିଏ ଶ୍ରୀ ପର୍ଶୁରାମ ପଣ୍ଡା ପରିଚାଳନା କରିଥିଲେ।
Related Posts
ଅନୁଗୋଳ ସହରକୁ ସଫା କରିବ ମେସିନ
ଦିନକୁ ଦିନ ବଢି ଚାଲିଛି ଅନୁଗୋଳରେ ପ୍ରଦୁ୍ୟଷଣ । ଏହି ପ୍ରଦୁ୍ୟଷଣ କୁ ରୋକିବା ଦିଗରେ ପଦକ୍ଷେପ ନେଇଛି ଅନୁଗୋଳ ପୌର ପ୍ରସାଶନ । ପୌର ପ୍ରଶାସନ…
ଗଜଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ଅନୁଗୋଳ: ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ଦର୍ଶନ ଦେବେ ମା
ଅନୁଗୋଳ: ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଶିଳ୍ପ ନଗରି ଅନୁଗୋଳ। ଦୁର୍ଗା ପୂଜା ପରେ ବର୍ତ୍ତମାନ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଚୂଡାନ୍ତ…
କାର୍ଗିଲ ଯୁଦ୍ଧରେ ପ୍ରଥମ ଓଡିଆ ସହିଦ । ଅମର ସହିଦ ମାନସ ରଞ୍ଜନ ସାହୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ।
କାରଗିଲ ବିଜୟ କଥା ଭାବିଲେ ସେହି ମହାନ ବୀର ସୈନିକ ମାନଙ୍କ କଥା ମନେ ପଡ଼େ । ଯେଉଁ ମାନଙ୍କ ବଳୀଦାନ ଯୋଗୁ ଆମଦେଶର ଅଖଣ୍ଡତା ବଜାୟ…