ରାଜ୍ୟସ୍ତରୀୟ ତାଏକୋଣ୍ଡୋ ପ୍ରତିୟୋଗିତାରେ ଅନୁଗୋଳ ଜିଲ୍ଲାକୁ ୨୦ ପଦକ

ଭଦ୍ରକ: ଚାଲିତ ମାସ ତା ୨୬/୧୨/୨୦୨୫ ରିଖ ଠାରୁ ତା ୨୮/୧୨/୨୦୨୫ ରିଖ ପର୍ଯ୍ୟନ୍ତ ୨୨ତମ ରାଜ୍ୟସ୍ତରୀୟ ତାଏକୋଣ୍ଡୋ ପ୍ରତିୟୋଗିତା ଭଦ୍ରକ ଜିଲ୍ଲା ଚରମ୍ପା ସ୍ଥିତ ମହାରାଜ୍ ଅଗ୍ରସେନ୍ ଭବନ୍ ଠାରେ ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ ପ୍ରତଯୋଗିତା ରାଜ୍ୟ ସମ୍ପାଦକ ରବି ନାରାୟଣ ପାଣିଗ୍ରାହୀଙ୍କ ତତ୍ତ୍ଵାବଧନରେ ଅନୁଷ୍ଠିତ ହୋଇଥଲା।

ଉକ୍ତ ପ୍ରଜିୟୋଗିତାରେ ଭାରତର ତାଇକୋଣ୍ଡୋ ଜନକ (ପ୍ରତିଷ୍ଠାତା ଡ, ଜୀମି ଅର୍ ଜଗଦୀୟାନି) ମୁକ୍ଷ୍ଯଅତିଥି ଭାବାରେ ଉପସ୍ଥିତି ରହି ଖେଳାଳି ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଉକ୍ତ ପ୍ରତଯୋଗିତାରେ ଅନୁଗୋଳ ଜିଲ୍ଲାର ଛାତ୍ର ଛାତ୍ରୀ ୭ଟି ସ୍ବର୍ଣ୍ନ ପଦକ ୧୦ଟି ରୋପ୍ୟ ପଦକ ଓ ୩ଟି କାଂସ୍ୟପଦକ ହାସଲ କରି ଅନୁଗୋଳ ଜିଲ୍ଲାର ଗୌରବ ଅର୍ଜନ କରିଥିବାରୁ ଏହି ଛାତ୍ର ଛାତୀ ମାନଙ୍କୁ ଜିଲ୍ଲା କ୍ରୀଡା ଅଧିକାରି ଶ୍ରୀଯୁକ୍ତ ଅକ୍ଷୟ କୁମାର ସିଠ ଓ ଜିଲ୍ଲା ଶୀଶୁ ସୁରକ୍ଷା ଅଧିକାରି ଗୌରୀଶଙ୍କର ବେହେରା ପଦକ ପାଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସୁଭେତ୍ସା ଜଣାଇଁ ଥିଲେ।

ଅନୁଗୋଳ ତାଇକୋଣ୍ଡୋ ସଂଘ ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶହ ସମ୍ପାଦକ ଓ ଜାତୀୟ ବିଚାରକ ଯୋଗେନ୍ଦ୍ର ନାଏକ ଖେଳାଳି ମାନଙ୍କୁ ଶିକ୍ଷା ପ୍ରଦାନ କରାଇ ଛାତ୍ର ଛାତ୍ରୀ ମାନଙ୍କୁ ସାଥିରେ ନେଇ ପଦକ ହାସଲ କରାଇଛନ୍ତି । ଛାତ୍ର ଛାତ୍ରୀ ମାନଙ୍କର ଏଭଳି ସଫଳତା ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *