ପାଗଳା କୁକୁର କାମୁଡାରେ ୩୦ ଆହତ ,

ଅନୁଗୋଳ: ପାଗଳା କୁକୁର ର ଆତଙ୍କ ।ପାଗଳା କୁକୁର କାମୁଡ଼ାରେ 30 ଅଧିକ  ଆହତ। ଅନୁଗୋଳ ଜିଲା ବନ୍ତଳା ଥାନା ତଳଗଡ଼ ଗାଁ ରେ ଘଟିଛି ଘଟଣା ।ସୂଚନା ଅନୁସାରେ ତାଳଗଡ଼ ଗାଁ ରେ ଆଜି ହଠାତ ଏକ କୁକୁର ଆକ୍ରମଣ କରି ଲୋକଙ୍କୁ କାମୁଡିବା ଆରମ୍ଭ କରିଥିଲେ। ଗାଁ ର ଲୋକ ଯିଏ ଯୋଉଠି ବାହାରେ ବୁଲା ବୁଲି କରୁଥିଲେ ସମସ୍ତଙ୍କୁ ଗୋଡ଼ାଇବା ସହ ପ୍ରାୟ 30 ରୁ ଅଧିକ ଲୋକଙ୍କ କାମୁଡିଥିଲା।

କୁକୁର କାମୁଡ଼ାରେ ଆହତ ହୋଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ କେତେକ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଆହତ ମାନଙ୍କ ମଧ୍ୟରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଓ ମହିଳା ମଧ୍ୟ ଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *