ତାଳଚେର: ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ପ୍ରତିବାଦରେ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟା ଠାରୁ ୧୦ଟା ପର୍ଯ୍ୟନ୍ତ ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିଛି । କମିଟିର ଶତାଧିକ ସଦସ୍ୟ ବିଭିନ୍ନ କୋଇଲା ଖଣି ଆଗରେ ଧାରଣାରେ ବସି ରହିଥିଲେ । ଖଣିରୁ ବିଭିନ୍ନ କାରଖାନାକୁ କୋଇଲା ପରିବହନ ହେଉଥିବା କୋଲ କରିଡର ଗୁଡିକୁ ଅବରୋଧ କରିଥିଲେ । କୋଇଲା ପରିବହନ ରେଳପଥ ଗୁଡିକୁ ମଧ୍ୟ ଅବରୋଧ କରିଥିଲେ । ଫଳରେ ଟ୍ରକ ଓ ରେଳ ଯୋଗେ କୋଇଲା ପରିବହନ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା । ପରିବେଶ ଆଳ ଦେଖାଇ ସରକାର ଚାଲୁଥିବା ଟିଟିପିଏସ ପ୍ଲାଣ୍ଟକୁ ବନ୍ଦ କରି ହଜାର ହଜାର ଶ୍ରମିକଙ୍କ ପେଟରେ ଲାତ ମରିଛନ୍ତି। ଏଠାରୁ କୋଇଲା ଗଲେ ବାହାରେ କାରଖାନା ଚାଲୁଛି। ଅଥଚ ଏଠାରେ କାରଖାନା ବନ୍ଦ କରି ଦିଆ ଯାଉଛି। ତେଣୁ ତାଳଚେର ବାସୀ ଏହାକୁ ଆଦୌ ବରଦାସ୍ତ କରିବେ ନାହିଁ। ପ୍ଲାଣ୍ଟ ଚାଲୁ ନହେଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି କମିଟି ଚେତାବନୀ ଦେଇଛି।
ଟିଟିପିଏସ ବନ୍ଦର ପ୍ରତିବାଦ, ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ.
