ଜମୁଛି ପୂଜା ବଢୁଛି ଭିଡ: ଆସନ୍ତା ବୁଧବାର ଗଜଲକ୍ଷ୍ମୀ ନେବେ ଅନୁଗୋଳରୁ ବିଦାୟ

ଅନୁଗୋଳ:(ଶୁଭରଞ୍ଜନ ନାଥ) ପ୍ରାୟ ୧୭ କିଲୋମିଟର ଅଞ୍ଚଳରେ ଛାଇ ଯାଇଛି ଆଲୋକର ମାଳା । ସବୁଠି ଆକାଶ ଛୁଆଁ ତୋରଣ ଆଉ ରଙ୍ଗ ବେରଙ୍ଗର ଆଲୋକ। କେଉଁଠି ପୁଣି ଖଞ୍ଜା ଯାଇଛି ବୈଦ୍ୟୁତିକ ଯନ୍ତ୍ରପାତି । କେଉଁଠି କେଦାରନାଥ ମନ୍ଦିର ର ଭ୍ରମ ତ ପୁଣି କେଉଁଠି ମା ଲକ୍ଷ୍ମୀ ଙ୍କ ଉଆସ ରେ ପୂଜା ପାଉଛନ୍ତି ମା ।ଏ ସବୁ ଦୃଶ୍ୟ ଦେଖିବାକୁ ମିଳୁଛି ଗୋଟିଏ ସ୍ଥାନରେ । ହଁ ଆମେ କୋହୁଛୁ ଅନୁଗୋଳ ର ପ୍ରସିଦ୍ଧ ଲକ୍ଷ୍ମୀପୂଜା ସମ୍ପର୍କରେ । ଦୀର୍ଘ ଦୁଇ ବର୍ଷ ର କୋରନା କଟକଣା ପରେ ଏଥର  ମା ଧନଦାତ୍ରୀ ଙ୍କ  ପୂଜା ବେସ ଯାକ ଜମକ ରେ ହେଉଛି । ଯାହା ପାଇଁ  ସମସ୍ତେ ହୋଇ ଯାଇଛନ୍ତି ଉତ୍ସାହିତ । 

ଚଳିତ ବର୍ଷ ଅନୁଗୋଳ ରେ ହୋଇଥିବା ଆଲୋକ ସଜ୍ଜା  କୁ ଦେଖିଲେ ସତେ ଯେମିତି ଆଖି ଲାଖିଯାଉଛି । ପୁରା ସହର ଟାକୁ ଛାଇ ଯାଇଛି ଆଲୋକର ମାଳା । ଆଉ ତା ସାଗକୁ ଆକାଶ ଛୁଆଁ ତୋରଣ । ଯେ କେହିବି ଦେଖିଲେ ତା ମନ ନିଶ୍ଚୟ ଲାଖିଜୀବ । ସନ୍ଧ୍ୟା ହେବ ଖଣି ବଢି ଯାଉଛି ଭିଡ । କାହିଁ କେତେ ଆଡୁ କେତେ ଦେଖଣା ହାରୀଙ୍କ ଭିଡ ଛୁଟୁଛି ଅନୁଗୋଳ କୁ । କାହିଁକି ନାଁ ଏଠାରେ ୧୧ ଦିନ ଚାଲୁଅଛି ମା ଗଜ ଲକ୍ଷ୍ମୀଙ୍କ ପ୍ରସିଦ୍ଧ ପୂଜା ଉତ୍ସବ । ବଂରପାଳ ଠାରୁ ସହରର ଶେଷ ସୀମା ପର୍ଯ୍ୟନ୍ତ  ସବୁଆଡେ ଛାଇ ଯାଇଛି ରଙ୍ଗୀନ ଆଲୋକ । ମନୋ ଲୋଭା ମାଙ୍କ ମଣ୍ଡପ ର ସାଜ ସଜା ପ୍ରତ୍ୟକ ଦେଖଣା ହାରୀଙ୍କ ମନକୁ ଛୁଇଞ୍ଛି । ପୂଜା ଆଉ ଗୋଟିଏ ଦିନ ଥିବା ବେଳେ ଶ୍ରଦ୍ଧାଳୁଙ୍କ ନାହିନଥିବା ଭିଡ ଏବେ ଅନୁଗୋଳ ସହରରେ ।

୧୯୬୦ ମସିହାରୁ ଅନୁଗୋଳ ସହରରେ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜାର କଳେବର ବୃଦ୍ଧି ହୋଇଛି । ଏବେ ପ୍ରାୟ ସହର ଓ ଆଖପାଖ ଅଞ୍ଚଳ  ମାନଙ୍କରେ ୫୦ ରୁ ଅଧିକ ମଣ୍ଡପରେ ମା ଲକ୍ଷ୍ମୀ ଙ୍କୁ କେଉଁଠି ଲକ୍ଷ୍ମୀ ନାରାୟଣ ତ କେଉଁଠି ଗଜ ଲକ୍ଷ୍ମୀ ରୂପରେ ପୂଜା କରା ଯାଉଛି । ଏଥର ବଜାର ଛକ ମଣ୍ଡପ ସମୁଦ୍ର ନଗରି ମଧ୍ୟରେ ଲକ୍ଷ୍ମୀ ନାରାୟଣ ଙ୍କୁ ଆରାଧନା କରୁଥିବା ବେଳେ ଡେଲି ମାର୍କେଟ ପୂଜା କମିଟି ମା ଲକ୍ଷ୍ମୀ ଉଆସ  ସଦୃଶ ତ୍ଵରଣ ନିର୍ମାଣ କରି ପୂଜା କରୁଛି ମା ଙ୍କୁ । ସବୁଠାରୁ ଉଚ ତ୍ତମ ତୋରଣ ନିର୍ମାଣ କରିଛି କାଞ୍ଚନ ବଜାର, ବସ ଷ୍ଟାଣ୍ଡ ପୂଜା କମିଟି କେଦାରନାଥ ମନ୍ଦିର ର ତ୍ଵରଣ ନିର୍ମାଣ କରିଥିବା ବେଳେ  ଯାହା ସମସ୍ତଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ । ପୂଜା ବୁଲ ସାଙ୍ଗକୁ ଦୋଳି ଖେଳ ଓ  ଚାଟ ର ଖିଅ ର ମାଜକୁ କେହି ହାତ ଛଡା କରୁ ନାହାଁନ୍ତି ।

ପୂଜା ଆଉ ଗୋଟି ଦିନ ବାକି ଅଛି । ସେଥିପାଇଁ ଏବେ ଅନୁଗୋଳ ସହର ନଜ ସମୁଦ୍ର । ଆସନ୍ତା ୧୯ ତାରିଖ ବୁଧବାର ଅନୁଗୋଳରେ ହେବ ମାଙ୍କ ଭାଷାଣୀ ସହ ମେଳଣ ଶୋଭାଯାତ୍ରା । ତାହା ମଧ୍ୟ ଅନୁଗୋଳ ଗଜ ଲକ୍ଷ୍ମୀ ପୂଜାର ଅନ୍ୟଏକ ଆକର୍ଷଣ । ପୂଜାମଣ୍ଡପ ଗୁଡିକ ଭଳିକି ଭଳି ବଜା ସହିତ ଡିଜିଟାଲ ଲାଇଟ ଓ ଓଡିଶାର ପାରମ୍ପରିକ ଲୋକନୃତ୍ୟ କୁ ମାଙ୍କ ଭାଷାଣିରେ ସାମିଲ କରିଥାନ୍ତି । ସେଥିପାଇଁ ମଧ୍ୟ ହଜାର ହଜାର ଲୋକେ ଆସନ୍ତି ଅନୁଗୋଳ କୁ ।     

Leave a Reply

Your email address will not be published. Required fields are marked *