ଫ୍ୟାସନ ପ୍ରତିଗୋଗୀତା ରେ ଚମକିଲେ ଅନୁଗୋଳର ପ୍ରତିଯୋଗୀ ।

ଓଡିଶା ସାଇନିଂ ଆଇକନ ସିଯିନ ଥ୍ରୀ ୨୦୨୧ ରେ ନିଜର ଫ୍ୟାସନ ର ଯାଦୁ ଦେଖାଇ ଛନ୍ତି ଅନୁଗୋଳ ଜିଲାର ପ୍ରତିଯୋଗି। ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ଜିଲାର 5 ଜଣ ପ୍ରତିଯୋଗି ନିଜେ ଶ୍ରେଷ୍ଠତା ପଦର୍ଶନ କରିଛନ୍ତି। ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ବର୍ଗ ରେ ନିଜର ନିଜର ଫ୍ୟାସନ ପରିବେଷଣ କରି ପୁରସ୍କାର ଜିତିଛନ୍ତି।  

ରାଉରକେଲା ରେ ଆୟୋଜିତ  ଫ୍ୟାସନ ପ୍ରତିଯୋଗିତାର ପୁରୁଷ ବର୍ଗ ରେ  ବେଷ୍ଟ ଟ୍ୟାଲେଣ୍ଟ ଆୱାର୍ଡ଼ ର ସବ- ଟାଇଟେଲ ହାତେଇ ଛନ୍ତି  ସୌମ୍ୟରଂଜନ ରାଉତ । ସେହିଭଳି ସର୍ବ କନିଷ୍ଠ ବିଭଗରେ  ସେକେଣ୍ଡ ରନର୍ସ ଅଫ ହୋଇଛନ୍ତି   ସାଇ ଲକ୍ସନ୍ୟା । ସେହିପରି ବରିଷ୍ଠ ବିଭାଗର ମହିଳା ବର୍ଗରେ ବେଷ୍ଟ ଆଉଟ ଫିଟ ରେ  ପୁରସ୍କାର ଜିତିଛନ୍ତି ସୁଚିସ୍ମିତା ଜେନା । ସବ ଜୁନିୟର ବିଭାଗ ରେ  ଅନ୍ୟତମ ବିଜେତା ଭାବେ କୁନିସ ବି ପଟ୍ଟନାୟକ ମିସ ବିୟୁଟି କୁଇନ ଅଫ ଓଡ଼ିଶା  ର ଟାଇଟେଲ ହାତେଇ ଥିବା ବେଳେ କୁନି ଝିଅ ସୃତି ଆରୋହି ଦାସ ସର୍ବା କନିଷ୍ଠ ବିଭଗ ୪ ର୍ଥ ରାନର୍ସ ଅଫ ହୋଇଛନ୍ତି। ସମସ୍ତେ ତାଙ୍କର ସଫଳତା ଶ୍ରେୟ  ନିଜ ଅଭିଭାବକ ଓ ଗୁରୁ ମାନଙ୍କୁ ଦେଇଛନ୍ତି।ଚଳିତ ମାସ ୩ ଓ ୪ ତାରିଖ ରାଉରକେଲା ରେ ଆୟୋଜିତ ହେଉଥିଲା ଏହି ଫ୍ୟାସନ ପ୍ରତିଯୋଗିତା। 

ଓଡ଼ିଶା ସାଇନିଂ ଆଇକନ ସିଯିନ ଥ୍ରୀ  2021ରେ  ରାଜ୍ୟ ତଥା ରାଜ୍ୟ ବାହାର ବହୁ ପ୍ରତିଯୋଗି ଭାଗ ନେଇଥିଲେ। ବିଭିନ୍ନ ପର୍ଯ୍ୟାୟରେ ରେ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *