ଅନୁଗୋଳରେ ଖୋଲିଲା ଫ୍ରେସ୍ ପ୍ରଡ୍ୟୁସର କମ୍ପାନୀର ସେଲ୍ସ୍ ଆଉଟ୍ ଲେଟ୍ ଓ ମଲ୍ ।

 ଅନୁଗୋଳ : ଅନୁଗୋଳରେ ତଟକା ଖାଦ୍ୟ ସାମଗ୍ରୀ ଓ କୃଷି ଉପକରଣ ଲୋକମାନଂକୁ ସୁଲଭ ମୁଲ୍ୟରେ ଯୋଗାଇ ଦେବା ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଉକ୍ତ ସାମଗ୍ରୀକୁ ନେଇ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବା ସହ ଲୋକମାନଂକୁ ସ୍ବାସ୍ଥ୍ୟ ଭିତ୍ତକ ଓ ଉତ୍ତମ ମାନର ତଟକା ଖାଦ୍ୟ ସାମଗ୍ରୀ ଯୋଗାଣର ପ୍ରୟାସକୁ ପ୍ରଶଂସା କରିଥିଲେ । ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ ଆନନ୍ଦ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧୃକ୍ଷକ ଶ୍ରୀ ପ୍ରସନ୍ନ କୁମାର ବେହେରାଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀମାନେ ଯୋଗ ଦେଇ କମ୍ପାନୀର ସାମଗ୍ରୀଗୁଡିକୁ ବୁଲି ଦେଖୁଥିଲେ ।

ଓରମାସର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୌରଭମୟ ଦାସ ସମସ୍ତଂକୁ ସ୍ବାଗତ ଜଣାଇବା ସହ ଅନୁଗୋଳ ଫ୍ରେସ୍ ପ୍ରଡ୍ୟୁସର କମ୍ପାନୀ ଲି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ କମ୍ପାନୀର ଏକ ୱେବ୍‌ସାଇଟ୍‌ ଉନ୍ମୋଚନ କରାଯାଇଥିଲା ହେମସୁରପଡା ଠାରେ ଏହି କମ୍ପାନୀର ସେଲସ୍ ଆଉଟ୍‌ଲେଟ୍‌ ଓ କୃଷି ମଲକୁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଏହି କମ୍ପନୀ ଓମମାସ ଓ ଓଡ଼ିଶା ଜିବୀକା ମିଶନ ଦ୍ବାରା ପରିଚାଳିତ ହେଉଛି । ଏହି କମ୍ପାନୀ ISO 9001 – 2015, 22000-2018, FASSAT licence, BARCORDING. TRADE MARK, Legal NTI ପ୍ରମାଣପତ୍ର ପ୍ରାପ୍ତ ।

ବିକ୍ରୟ କେନ୍ଦ୍ରରେ ସରବତି ଅଟା,ମଲଟି ଗ୍ରେନ୍ ଛତୁଆ, All in One ମସଲା, କରି ପତ୍ର ଗୁଣ୍ଡ,କଲରା ପତ୍ର ଗୁଣ୍ଡ,ମୋରିଙ୍ଗା ଗୁଣ୍ଡ,ମହୁ,ହାୱାଇ ଚପଲ, ପେପର ପ୍ଲେଟ । କମ୍ପାନୀ ଦ୍ବାରା ଖୋଲାଯାଇଥିବା କୃଷି ମଲରେ ବିଭିନ୍ନ କୃଷି ଉପକରଣ,ନର୍ସରୀ ଉପକରଣ, ପ୍ଲେୟର, ଏଗ୍ରି ସିଡ୍ ନେଟ୍, କଟିଙ୍ଗ ସାମଗ୍ରୀ ବିକ୍ରୟ ପାଇଁ ଉପଲବଧ ଅଛି ।

Leave a Reply

Your email address will not be published. Required fields are marked *