ଆରମ୍ଭ ହେଲା ଜରାସିଙ୍ଘା ଫୁଟବଲ ଟୁର୍ଣ୍ଣାମେଣ୍ଟ

ଅନୁଗୋଳ: ଆରମ୍ଭ ହୋଇଛି ଜରାସିଙ୍ଘା ଫୁଟବଲ ଟୁର୍ଣ୍ଣାମେଣ୍ଟ । ୬ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଦ୍ଘାଟନ କରିଛନ୍ତି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ସି ଏସ ଆର , ମୁଖ୍ୟ ପୁଷ୍ପଲତା ଶତପଥୀ । ଉଦଦ୍ଘାଟନୀ ମ୍ୟାଚ ରେ ବାଗେଡିଆ  ଅନୁଗୋଳ ସହିତ ବଡମ୍ବା କଟକ ଅନୁଷ୍ଠିତ ହୋଇଥିଲା ସେଥିରେ ବାଗେଡିଆ 2/1 ଗୋଲ୍ ରେ ବିଜୟୀ ହୋଇଅଛି ।

ଉଦଦ୍ଘାଟନୀ ସଭାରେ ପୁଷ୍ପଲତା ଶତପଥୀଙ୍କ ସହିତ ସମ୍ମାନିତ ଅତିଥି ଭାବେ ଜରା ସିଂହା ସରପଞ୍ଚ ପ୍ରିୟଙ୍କା ସ୍ଵାଇଁ,ଓ ଜରା ସିଂହା ଗ୍ରାମ୍ୟ ସଭାପତି ସଞ୍ଜୀବ କୁମାର ସ୍ବାଇଁ ଉପସ୍ଥିତ ରହିଥିଲେ । ଜରାସିଂହା ୟୁଥ୍ କ୍ଳବ୍ ଏହି ମ୍ୟାଚ ଆୟୋଜନ କରିଥିବା ବେଳେ ଖେଳ କୁ ପରିଚାଳନା କରିଥିଲେ ମ୍ୟାଚ ରେଫରୀ ବସନ୍ତ କୁମାର ଦାସ, ମନୋରଞ୍ଜନ ପଟ୍ଟନାୟକ, ଶ୍ରୀମୁଖ ଗଡ଼ନାୟକ ଓ ଦୀଲପ ମହାପାତ୍ର ।

Leave a Reply

Your email address will not be published. Required fields are marked *