ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦାବୀପତ୍ର ପ୍ରଦାନ.

ଅନୁଗୋଳ : ଅନୁଗୋଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ ଦଥା ଦାବୀ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ଅନ୍ୟ ରାଜ୍ୟ ପରି ଓଡିଶାରେ ବୟସ୍କ ସାମ୍ବାଦିକ ମାନଙ୍କୁ ପେନ୍‌ସନ୍ ପ୍ରଦାନ, ଅଧିସ୍ୱୀକୃତି କମିଟି ପୁନଃ ଗଠନ ଓ ବ୍ଲକ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ପ୍ରବର୍ତିତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନିର୍ଭରଶୀଳ ସନ୍ତାନ ମାନଙ୍କୁ ସାମିଲ୍ କରାଯିବା, ପ୍ରେସ୍ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପନ ଇତ୍ୟାଦି ୫ ଦଫା ଦାବୀରେ ସାମ୍ବାଦିକ ମାନେ ଧାରଣା ଦେଇଥିଲେ ।

Advertisement

ଉତ୍କଳ ସାମ୍ବାଦିକ ସଂଘ ଅନୁଗୋଳ ଶାଖା ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ରାଜ୍ୟ ଉପସଭାପତି ତଥା ଜିଲ୍ଲା ଶାଖା ସାଧାରଣ ସଂପାଦକ ଡକ୍ଟର ରଶ୍ମୀରଂଜନ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ ଉପଦେଷ୍ଟା ସଂଗ୍ରାମ ରଂଜନ ଦାସ, ଜିଲ୍ଲା ଉପସଭାପତି ଆଶିଷ୍ କୁମାର ସିଂ, ଶୁଭ୍ରରଂଜନ ଦାସ, ଆଠମଲ୍ଲିକ୍ ଶାଖା ସଭାପତି ସୁଧାଂଶୁ ଗାଇଗାରିଆ, କଣିହାଁ ବ୍ଲକ ସଭାପତି କଷ୍ଟୁ ସାମଲ, ପାଲଲହଡା ଶାଖା ସଭାପତି ଦ୍ୱିଲୋକ ରଂଜନ ପାଲ, ତାଳଚେର ବ୍ଲକ ସଭାପତି କରୁଣାକର ସାମଲ, ସଂପାଦକ ପ୍ରିୟମାଧବ ଦାସ, ତପନ ମହାରଣା, ଦୀପକ କୁମାର ପ୍ରଧାନ, ବିଜୟ କୁମାର ଦେବତା, ଅକ୍ଷୟ ମହାରଣା, ଗିରିଶ ଚନ୍ଦ୍ର ସାମଲ, ଆଶିଷ ଅଗ୍ରୱାଲା, ଜ୍ୟୋତିରଂଜନ ଧର, ନୀଳକଣ୍ଠ ବେହେରା, ଅଲେଖ ଭୂତିଆ, ଚିତରଂଜନ ପାଣି, ବାବୁନୀ ସ୍ୱାଇଁ, ଟୁନା ସାହୁ, ପ୍ରଭାତ ରଂଜନ ପାଣି, ଭିକାରୀ ମହାନ୍ତି, ସଂଗ୍ରାମ ରଂଜନ ନାଥ, ପ୍ରକାଶ ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଧାରଣାରେ ସାମିଲ୍ ହୋଇଥିଲେ ।

Leave a Reply

Your email address will not be published. Required fields are marked *