ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପରିସରରେ ଅବସ୍ଥିତ ଦେବଭୂମିସ୍ଥିତ ମନ୍ଦିର ଠାରେ ଓପି ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓମ ପ୍ରକାଶ ଜିନ୍ଦଲ (ବାଉଜି)ଙ୍କ ୧୬ତମ ପୂଣ୍ୟତିଥି ପାଳିତ ହୋଇଅଛି I ଏହି ଅବସରରେ ଏକ ସ୍ଵତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ ସାଙ୍ଗକୁ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରାଯାଇଥିଲା I ପ୍ରତ୍ୟୁଷରେ ଜେଏସପିଏଲ ଅନୁଗୋଳର ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝାଙ୍କ ନେତୃତ୍ଵରେ କମ୍ପାନୀ ର ସମସ୍ତ ବିଭାଗୀୟ ମୁଖ୍ୟ, ଜିନ୍ଦଲ ମହିଳା ସମିତିର ସଦସ୍ୟା,କର୍ମଚାରୀଏବଂ ଗୋଷ୍ଠୀ ସମୁଦାୟର ସଦସ୍ୟ ମାନେ ମହାନ ଦୁରଦ୍ରଷ୍ଟାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ଏବଂ ଜିନ୍ଦଲ ମହିଳା ସମିତିର ସଦସ୍ୟାମାନେ ବିଭିନ୍ନ ବୃଦ୍ଧାଶ୍ରମ ଏବଂ ପୁନର୍ବାସ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ବସ୍ତ୍ର ବଣ୍ଟନ କରିଥିଲେI

ଏହି ଅବସରରେ ଜେଏସପିଏଲର ଭୁବନେଶ୍ବର କାର୍ଯ୍ୟIଳୟ ଠାରେ ମଧ୍ୟ ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରଯାଇଥିଲାI ସଭାପତି ତଥା ଭୁବନେଶ୍ବର ଅଫିସ ପ୍ରମୁଖ ଶ୍ରୀ ପ୍ରଶାନ୍ତ ହୋତା ଏବଂ ଅନ୍ୟତମ ସଭାପତି ଶ୍ରୀ ହରବିନ୍ଦର ସିଂହ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ମେକ ଇନ ଇଣ୍ଡିଆ ଏବଂ ଆତ୍ମ ନିର୍ଭର ଭାରତର ସଂକଳ୍ପ ଆଜି ଆମକୁ ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ ଭାରତୀୟ ଶିଳ୍ପ ଜଗତ ପ୍ରତି ରହିଥିବା ଅବିସ୍ମରଣୀୟ ଅବଦାନରୁ ଜଣା ପଡି ପାରୁଛି ବୋଲି ପ୍ରକାଶ କରିଥିଲେ I