ଅନୁଗୋଳ : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ କମ୍ପାନୀ କର୍ମଚାରୀ,ସ୍କୁଲ ଛାତ୍ର ଛାତ୍ରୀ ଏବଂ ପାଶ୍ୱବର୍ତୀ ଗ୍ରାମର ଲୋକମାନେ ଅଂଶ ଗ୍ରହଣ କରିବା ସହିତ ବିଶ୍ୱ ପରିବେଶ ର ସୁରକ୍ଷା ପାଇଁ ଏକ ସଚେତନଧର୍ମୀ ଗଣ ଦୌଡ ରେ ଭାଗ ନେଇଥିଲେ । କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦେଶକ(ଅପରେଶନ)ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ କାର୍ଯ୍ୟନିର୍ବାହୀ ନିର୍ଦେଶକ(ର- ମେଟେରିଆଲ) ଶ୍ରୀ ଦାମୋଦର ମିତ୍ତଲ ପତାକା ଦେଖାଇ ଏହି ଗଣଦୌଡ ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କମ୍ପାନୀ କର୍ମଚାରୀ ଏବଂ ପାଶ୍ୱବର୍ତୀ ଗ୍ରାମର ଗ୍ରାମବାସୀମାନେ ପ୍ଲାଣ୍ଟ ପରିସରରେ ୫୦୦ ରୁ ଅଧିକ ଗଛ ଲଗାଇ ଥିଲେ ।ଏହି ଅବସରରେ ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ ଘରୁ ବାହାରୁଥିବା ଆବର୍ଜନା କୁ ପୃଥକୀକରଣ ପରେ ବୈଜ୍ଞାନିକ ପଦ୍ଧତିରେ ପୁନଃବ୍ୟବହାରଯୋଗ୍ୟ କରି ସମାଜ ଉପକାରରେ ଲଗାଇବାକୁ ଆହ୍ୱାନ ଦେଇଥିଲେ। ଶ୍ରୀ ଦାମୋଦର ମିତ୍ତଲ ସମାବେଶ କୁ ଉଦବୋଧନ ଦେଇ ସମସ୍ତେ ନିଜ ନିଜ ପରିବେଶ କୁ ସ୍ୱଚ୍ଛ ନିର୍ମଳ ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଅଧିକରୁ ଅଧିକ ଗଛ ବିଶେଷକରି ଫଳ ଗଛ ଲଗାଇବାକୁ ନିବେଦନ କରିଥିଲେ । ବୃକ୍ଷରୋପଣ ସ୍ଥାନ ରେ ପରିବେଶ ଉପରେ ଏକ କ୍ୱିଜ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏଥି ସହିତ ଜେଏସପିଏଲ ଫାଉଣ୍ଡେସନ ସହଯୋଗରେ ବଡକେରଜଙ୍ଗ,ସାନକେରଜଙ୍ଗ,ଜରଡ଼।,ମହିତଳ। ଏବଂ ଜିନ୍ଦଲ ନଗର ଅଂଚଳର ବହୁ ଛାତ୍ରଛାତ୍ରୀଙ୍କୁ ନେଇ “କେବଳ ଗୋଟିଏ ପୃଥିବୀ” ଥିମ୍ ବିଶିଷ୍ଟ ପେଣ୍ଟିଙ୍ଗ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେବା ସହ ଚିତ୍ର ମାଧ୍ୟମରେ ପରିବେଶର ଯତ୍ନ ସମ୍ବନ୍ଧରେ ଦର୍ଶାଇଥିଲେ । ଏହାଛଡା କର୍ମଚାରୀଙ୍କ ନିମନ୍ତେ ଏକ ଅନ ଲାଇନ କ୍ୱିଜ ଏବଂ ମହିଳା ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ର ଆୟୋଜନ କରାଯାଇ ବିଜୟୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଶେଷରେ କମ୍ପାନୀ ପରିବେଶ ବିଭାଗ ମୁଖ୍ୟ ଶ୍ରୀ ଆଲୋକ ସାହୁ, ସିଇଓ ଶ୍ରୀ ଡି. କେ. ସରାଓଗୀ, ନିର୍ବାହୀ ନିର୍ଦେଶକ (ପ୍ଲାଣ୍ଟ ହେଡ) ଶ୍ରୀ ହୃଦୟେଶ୍ୱର ଝା ଙ୍କ ସହ ଅନ୍ୟ ସମସ୍ତଙ୍କୁ ସେମାନଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ।