କାଲିଠୁ ଜିଲ୍ଲାରେ ଆରମ୍ଭ ସାମୁହିକ ଔଷଧ ସେବନ ।

ଆସନ୍ତା କାଲି ଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହେବ ସାର୍ବଜନୀନ ବାତ ଜ୍ୱର ଔଷଧ ସେବନ କଯ୍ୟକର୍ମ ।ଏନେଇ ଅନୁଗୋଳ ଜିଲା ସ୍ୱାସ୍ତ୍ୟ ପ୍ରାସାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ସ୍ୱାସ୍ତ୍ୟ ପ୍ରାସାସନ। ଚଳିତବର୍ଷ ଜିଲ୍ଲାରେ 12 ଲକ୍ଷ 57 ହଜାର ରୁ ଅଧିକ ଲୋକଙ୍କୁ ଙ୍କୁ ଏହି ସେବନ କରାଇବା ପାଇଁ ସ୍ୱାସ୍ତ୍ୟ ବିଭଗ ଲକ୍ଷ ରଖିଛି ।

Advertisement

ଏଥିପାଇଁ ସ୍ୱତନ୍ତ୍ର ଭାବେ ତାଲିମ ନେଇଥିବା ସ୍ୱାସ୍ତ୍ୟ ବିଭଗରେ କର୍ମଚାରୀ ଙ୍କ ସମେତ ଅଙ୍ଗନୱାଡ଼ି , ଆଶା କର୍ମୀ ଏହିଭଳି
2550 କର୍ମଚାରୀ ଲୋକଙ୍କ ପାଖରେ ଔଷଧ ପହଞ୍ଚାଇବା ସହ ସେମାନଙ୍କୁ ସେବନ କରାଇବେ। ଏଥର ଜିଲ୍ଲା ପାଇଁ 12 ଲକ୍ଷ 57 ହଜାର ଆଲବେଣ୍ଡେଜଲ ଯୋଗା ଯାଇଥିବା ବେଳେ 31 ଲକ୍ଷ 43 ହଜାର ରୁ ଅଧିକ DEC ବଟିକା ଯୋଗାଇ ଦିଆଯାଇଛି। ସମସ୍ତେ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଔଷଧ ସେବନ କରିବାକୁ ବିଭାଗ ଅନୁରୋଧ କରିଛି ।ଏହି ଔଷଧ ସେବନ ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ନେଇ ମଧ୍ୟ ସ୍ୱାସ୍ତ୍ୟ ବିଭାଗ ସ୍ପଷ୍ଟ କରିଛି। ଏହି ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା 25 ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *