ଆଉ କାଗଜ କପ ରେ ମିଳିବନି ଚାହା , ବ୍ୟବହାର ଉପରେ କଠୋର ହେଲା ପୌରପାଳିକା

ଅନୁଗୋଳ : ଏଣିକି ଅନୁଗୋଳ ସହରେ ପ୍ଲାଷ୍ଟିକ ଗ୍ଲାସ ଏବଂ ପେପର କପ ବ୍ୟବହାର କଲେ ଗଣିବେ ତଣ୍ଡ । ଏହାର ବ୍ୟବହାର କୁ ନେଇ କଠୋର ହୋଇଛି ଅନୁଗୋଳ ପୌରପାଳିକା । ପୌରପାଳିକା ପକ୍ଷରୁ ଆଜିଠାରୁ ଏହି ପ୍ଲାଷ୍ଟିକ ଓ ପେପର କପ ବ୍ୟବହାର ରୋକିବାକୁ କଡାକଡି ପଦକ୍ଷେପ ନେବା ଆରମ୍ଭ କରିଛି ପୌର ପାଳିକା । ସରକାର ଦୀର୍ଘଦିନ ହେଲା ପ୍ଲାଷ୍ଟିକ କପ ବ୍ୟବହାର ବ୍ୟବହାର ନିଷେଧ କରିଛନ୍ତି । ଅନ୍ୟପଟେ ପେପବର କପରେ ରହୁଥିବା ମହମ କୋଟିଂ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ।

ହେଲେ  ସହରର ଗଳିକନ୍ଦିରେ ଚା ଦୋକାନ ଗଢି ଉଠିଥିବା ବେଳେ ପ୍ରାୟ ସବୁ ଚା ଦୋକାନ ପ୍ଲାଷ୍ଟିକ କପ ଓ କାଗଜ କପ ବ୍ୟବହାର କରାଯାଉଛି । ଏଥିପାଇଁ ପୌରପାଳିକା ପକ୍ଷରୁ ସମସ୍ତ ଚା ଦୋକାନୀ ଙ୍କୁ ଡକାଇ ଏ ସବୁ ପ୍ଲାଷ୍ଟିକ ଓ ପେପର କପ ବ୍ୟବହାର ନ କରିବାକୁ ନିର୍ଦେଶ ଦିଆ ଯାଇଥିଲା । ଦୋକାନୀମାନେ ତିନି ଦିନ ମହଲତ ନେଇଥିଲେ ।

ପୌରପାଳିକା ପକ୍ଷରୁ ତିନିଦିନ ମହଲତ ପରେ ଆଜିଠାରୁ ଚଢ଼ାଉ ଆରମ୍ଭ କର ଯାଇଛି । ଯେଉଁମାନେ ଏହି ନିର୍ଦେଶକୁ ସଠିକ ଢଙ୍ଗରେ ପାଳିବେ ସେମାନଙ୍କୁ ପୁରସ୍କୃତ କରାଯିବ । ଆଉ ଅମାନିଆଁକୁ ଦଣ୍ଡ ମଧ୍ୟ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ କହିଛନ୍ତି । ପୌରପାଳିକାର ଏଭଳି ପଦକ୍ଷେପକୁ ସହର ପ୍ରତେକ ଲୋକ ସ୍ୱାଗତ କରିଛନ୍ତି।

Leave a Reply

Your email address will not be published. Required fields are marked *