ବାୟୁ ପ୍ରଦୂଷଣ ରୋକିବାରେ ଅନୁଗୋଳ ପୌରପାଳିକା ଆଗରେ,ଦେଶରେ ହାସଲ କଲା ତୃତୀୟ ସ୍ଥାନ।

ଅନୁଗୋଳ: ଅନୁଗୋଳ ମୁନିସପାଲଟିକୁ ମିଳିଲା ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର-୨୦୨୫ । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗଙ୍ଗା ଅବବାହିକାରେ ଆୟୋଜିତ ଏକ ସମାରୋହରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପିନ୍ଦର ଯାଦବ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ପୁରସ୍କାର ସହ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ଅବସରରେ ।

     ପ୍ରଦୂଷଣ ହ୍ରାସ ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଆଧାରରେ ଏହି ପୁରଷ୍କାର ଦିଆଯାଇଛି । ଦିଲ୍ଲୀର ଗଙ୍ଗା ଅଡିଟୋରିୟମ ରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ଭୁପିନ୍ଦର ଯାଦବ ଅନୁଗୋଳ ପୌରପାଳିକାକୁ ୧୨ଲକ୍ଷ ୫୦ ହଜାର ଟଙ୍କା, ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଅନୁଗୋଳ ବିଧାୟକ  ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ  ଅକ୍ଷୟ କୁମାର ସାମନ୍ତ, ଏବଂ ନିର୍ବାହୀ ଅଧିକାରୀ,  ସତ୍ୟ ପ୍ରକାଶ ତ୍ରିପାଠୀଏହି ପୁରଷ୍କାର ଗ୍ରହଣ କରିଥିଲେ । ଅନୁଗୋଳ ପୌରପାଳିକା ମୋଟ ୨୦୦ ରୁ ୧୯୧ ପଏଣ୍ଟ ହାସଲ କରି ଦେଶରେ ତୃତୀୟ ଶ୍ରେଷ୍ଠ ସ୍ଥାନ ହାସଲ କରିଛି । ଗତ ଏକ ବର୍ଷ ମଧ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ
ବିଭିନ୍ନ ପଦକ୍ଷେପ ନିଆଯାଇଛି ।ପରିମଳ ବିଭାଗରେ ଅଧିକ ଗାଡି, ଅଧ୍ବକ କର୍ମଚାରୀ ନିୟୋଜିତ କରାଯାଇଛି ।ସହର ମଧ୍ୟରେ ପୂର୍ବରୁ ରହିଥ‌ିବା ଡମ୍ଫ ପଏଣ୍ଟକୁ ହଟାଇ ଦିଆଯାଇଛି। ଜିଲ୍ଲା ପ୍ରଶାସନର ସହଯୋଗରେ ଦିନ
ସମୟରେ ଭାରୀଯାନ ଚଳାଚଳକୁ ବନ୍ଦ କରାଯାଇଛି । ବାଇପାସ୍ ଦେଇ ଭାରୀଯାନକୁ ଛଡାଯାଉଛି । ଏହା
ଦ୍ବାରା(vehicular emissions)ଜନିତ ବାୟୁ ପ୍ରଦୂଷଣକୁ ହ୍ରାସ କରାଯାଇପାରିଛି। ସହରର ଅଧିକାଂଶ
ରାସ୍ତା ପେଭର ରାସ୍ତାରେ ପରିଣତ କରାଯାଇଛି, ଯାହା ଦ୍ବାରା ପ୍ରଦୂଷଣ କିଛି ମାତ୍ରରେ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଗ୍ରାଉଣ୍ଡ ୱାଟର କୁ ସନ୍ତୁଳିତ କରାଯାଇପାରୁଛି । ଖରାଦିନେ ସହର ଭିତରେ ରାସ୍ତାଘାଟରେ ଜଳ ସିଞ୍ଚନ
କରାଯାଇଥିଲା ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟିବା ଅବସରରେ

ଝାଡୁ ସହିତ ମେକାନିକାଲ ସୁଇପିଂ କରାଯାଇଥିଲା । ବିଶେଷ କରି ଧୂଳିକଣା(PM 10 ବା particulate matter)କୁ ନିୟନ୍ତ୍ରଣ କରିବା ପାଇଁ ଜଳ ସିଞ୍ଚନ, ମେକାନିକାଲ ସୁଇପିଂ ଅଧ୍ବକାଂଶରେ
ସହାୟତା କରିଥିଲା । ପୌରପାଳିକାରେ ନାଇଟ୍‌ ସୁଇପିଂ ମଧ୍ୟ କରାଯାଉଛି । ସହର ଭିତରେ ବ୍ୟାପକ ବୃକ୍ଷ ରୋପଣ ମଧ୍ଯ କରାଯାଇଥିଲା । ଜଳବାୟୁକୁ ନିୟନ୍ତ୍ରିତ କରିବା ପାଇଁ ପୋଖରୀ ଗୁଡିକ ପୁନରୁଦ୍ଧାର କାର୍ଯ୍ୟପୌରପାଳିକା ହାତକୁ ନେବା ସହିତ ପ୍ରଥମ ପର୍ଯ୍ୟାୟରେ କିଆ ବନ୍ଧ ଏବଂ ଧୋବା ବନ୍ଧର କାର୍ଯ୍ୟ କରାଯାଇଛି ।ଲୋକେ କିଭଳି ସହରକୁ ସଫା ରଖୁ, ଇ-ୱେଷ୍ଟ ଦେବା ସହିତ ଶୁଖୁଲା ଓ ଓଦା ଅଳିଆ ପୃଥକ ଭାବରେ ଦେବେ, ସେପ୍ଟେନେଇ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ନିୟମିତ ପ୍ରତ୍ୟେକ ଦିନ ପ୍ରଚାର ମଧ୍ୟ କରାଯାଇଥିଲା ।

ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଙ୍କୁ ଭେଟିବା ଅବସରରେ ।

ଏବେ MRC କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏହା ଦ୍ବାରା କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧ୍ବକ ତ୍ବରାନ୍ବିତ ହୋଇପାରିବ । ସେହିପରି ପଲିଥ୍ନ୍ କୁ ନିଷିଦ୍ଧ କରାଯିବା ସହ ମାଟି ଓ କାଚ ଗିଲାସରେ ଚା ଦେବାକୁ ନିୟମ କରାଗଲା।ପୌରପାଳିକାର ଏହି ସବୁ ବିଶେଷ ଉଦ୍ୟମ ଆଧାରରେ ଅନୁଗୋଳକୁ ପୁରଷ୍କାର ଦିଆଯାଇଛି । ଏହି ପୁରଷ୍କାର ପଛରେ ସମସ୍ତ ପୌର ପାରିଷଦ, କର୍ମଚାରୀ ଓ ଜନସାଧାରଣ ଅକୁଣ୍ଠ ସହଯୋଗ ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *