ଜାତୀୟ ମୁଏଥାଇ ୨୦୨୨ – ଓଡିଆ ପ୍ରତିଯୋଗୀ ଙ୍କ କାମାଲ ।୬ସ୍ଵର୍ଣ୍ଣ ପଦକ ଜିତି ରାଜ୍ୟର ଟେକ ରଖିଲା ଅନୁଗୋଳ ଜିଲା

ଅନୁଗୋଳ : ଜାତୀୟ ସ୍ତରୀୟ ମୁଏଥାଇ ପ୍ରତିଯୋଗିତାରେ କମାଲ ଦେଖାଇଛନ୍ତି ଅନୁଗୋଳ ର କ୍ରୀଡ଼ାବିତ । ଜିଲ୍ଲା ପାଇଁ ଆଣିଛନ୍ତି ବଡ଼  ସଫଳତା ସାରା ରାଜ୍ୟରୁ ୪୮ ଜଣ କ୍ରୀଡ଼ାବିତ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪ ଅନୁଗୋଳ ଜିଲାର ଓ ସେମାନଙ୍କୁ ମିଳିଛି ୧୨ ଟି ପଦକ। ଜିଲ୍ଲାରୁ ୧୪ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।ଅନୁଗୋଳ ର  ପ୍ରତିଯୋଗି ୬ଟି ସ୍ଵର୍ଣ ଏବଂ ୩ଟି ଲେଖାଏଁ ସିଲଭର ଓ ବ୍ରୋଞ୍ଜ ପଦକ ଲାଭ କରିଛି। ଯାହାକି ଓଡିଶାରୁ କେବଳ ଅନୁଗୋଳ ଜିଲ୍ଲା ସ୍ଵର୍ଣ ପଦକ ହାସଲ କରି ଗୌରବ ଆଣିଛି। ସମସ୍ତ ପ୍ରତିଯୋଗୀ ଏବଂ ପ୍ରଶିକ୍ଷକ ଆଜି ଟ୍ରେନ ଯୋଗେ ଆସି ଅନୁଗୋଳ ଷ୍ଟେସନରେ ପହଞ୍ଚି ଥିଲେ। ସେମାନେ ପହଞ୍ଚିବା ମାତ୍ରେ ଜିଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ଯୁବ ନେତା ଅରୁନାଭ ସିଂହ ଓ ନଗରପାଳ ଅକ୍ଷୟ ସାମନ୍ତଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଏବଂ ଅନୁଷ୍ଠାନ ସେମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ।

ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ “ଇଣ୍ଟରନାସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନ” ସହ ଅନୁବନ୍ଧିତ  ଏକମାତ୍ର ଭାରତୀୟ ସଂସ୍ଥା “ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ” ପକ୍ଷରୁ ମଧ୍ୟପ୍ରଦେଶ ର ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇଣ୍ଡୋର ଷ୍ଟାଡିଅମ ଠାରେ ୧୬ ରୁ ୨୨ ଜୁନ ୨୦୨୨ ପର୍ଯ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ୟୁ .ଏମ.ଏ.ଆଇ ନ୍ୟାସନାଲ ମୁଏଥାଇ ପ୍ରତିଯୋଗିତା ୨୦୨୨  |

ଏହି ପ୍ରତିଯୋଗିତାରେ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ  ସଂସ୍ଥା “ଓଡିଶା  ମୁଏଥାଇ ୟୁନିଅନ” ପକ୍ଷରୁ ଟିମକୋଚ ଧୂସମନ୍ତ କୁମାର ନାଥ, ସୁରଜ ପୁଜାହାରୀ,  ଜିତେନ୍ଦ୍ର କୁମାର ପ୍ରଧାନ, ନୁରସିଂ ସୁନା, ଉମେଶ ନାୟକ ଙ୍କ ନେତୃତ୍ୱରେ ଏକ ୫୮ ଜଣିଆ ଦଳ  (୪୮ ମୁଏଥାଇ ଖେଳାଳି ଓ ୧୦ ଅଫିସିଆଲ) ବିଭିର୍ନ ବୟସ-ବିଭାଗ ଓ ଓଜନ-ବର୍ଗ ରେ ଭାଗନେଇ ଆଶାଠାରୁ ମଧ୍ୟ ଅଧିକ ସଫଳତା ଅର୍ଜନ କରିବାସହ ଓଡିଶା ପାଇଁ ୬ ସ୍ଵର୍ଣ, ୯ ରୌପ୍ୟ ଏବଂ ୧୬ କାଂସ୍ୟ ପଦକ ଦେଇ ଗୌରବାନ୍ୱିତ କରିଛନ୍ତି | ଓଡିଶା ଦଳର ଶୃଙ୍ଖଳାପୂର୍ବକ ପ୍ରଦର୍ଶନନେଇ “ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ” ପକ୍ଷରୁ ଓଡିଶା ରାଜ୍ୟ କୁ ସ୍ୱତନ୍ତ୍ର ରୂପେ ସମ୍ମାନିତ କରାଯାଇଛି | ତଦସହିତ ଓଡିଶାରୁ ଜାତୀୟ ରେଫରୀ ଭାବେ ଚନ୍ଦ୍ର ଶେଖର ବହୁକା ଏବଂ ସଞ୍ଜୟ କୁମାର କିସାନ ଙ୍କୁ ମଧ୍ୟ ସ୍ୱତନ୍ତ୍ର ପୁରସ୍କାର ଯୋଗେ ସମ୍ମାନିତ କରାଯାଇଛି |ଦଳର ଉକ୍ତ ସଫଳତା ପାଇଁ ଓଡିଶା ମୁଏଥାଇ ୟୁନିଅନ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି, ରାଜ୍ୟ ଯୁଗ୍ମ ସମ୍ପାଦକ ଡା. ଶୁଭ୍ରାଂଶୁ ଶେଖର ମହାପାତ୍ର, ଆୟୋଜକ କମିଟି ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଭୋଇ, ସୁଧୀର ବାରିକ, ରୁପେଶ ଅଧିକାରୀ ଙ୍କ ସମେତ ବିଭିନ୍ନ ମହଲରୁ ସମସ୍ତ ମୁଏଥାଇ ପ୍ରତିଯୋଗୀ ଅଭିନନ୍ଦନ ଜ୍ଞାପନ କରାଯାଉଛି  |

୬ ଟି ସ୍ଵର୍ଣ ପଦକ ବିଜେତା  ଙ୍କ ମଧ୍ୟରେ :  ଶ୍ରୀୟାଶ୍ରୀ ପ୍ରଧାନ, ଅଙ୍କିତା ମହାପାତ୍ର, ସାୟନ ମିଶ୍ର, ସାଗର ଦେହୁରୀ, ସୌରଭ ଓଁପ୍ରକାଶ, ପ୍ରତୀକକୁମାର ମହାପାତ୍ର ନିଜ ନାମ କୁ କାଏମ ରଖିଥିବା ବେଳେ । ୯ଟି  ରୌପ୍ୟ ବିଜେତା ହେଲେ : ହେମନ୍ତ ନାଏକ, ଚନ୍ଦନ ଭୂମିଜ, ସୁଶ୍ରୀ ସମୀକ୍ଷା ସାହୁ, ସ୍ୱାଧୀନ କୁମାର ସାହୁ, ରୁଦ୍ର ଜେଠୱା, ମନୋଜ କୁମାର ନାଏକ, ଶ୍ରୀୟନସ ପଣ୍ଡା, ଶାଶ୍ୱତ ଡାଙ୍ଗ, ଏମ.ଡି. ସର୍ଫରଜ ଖାଁ। ଏବଂ ୧୬ କାଂସ୍ୟ ପଦକ ବିଜେତା ଙ୍କ ମଧ୍ୟରେ ତ୍ରିଲୋଚନ ବେହେରା, ରଞ୍ଜନ କିଷାନ, ଅଭିନବ ବେହେରା, ଈଶ୍ୱର ଚନ୍ଦ୍ର ନାଏକ, ହୃଷିକେଶ କିଷାନ, ଅସ୍ମିତା କିଷାନ, ପ୍ରିୟାଂଶୁ ପ୍ରିୟରଞ୍ଜନ ପ୍ରଧାନ, ବିବେକ କୁମାର ନାଏକ, ପ୍ରିତମ କୁମାର ସାହୁ, ନୀଳାଦ୍ରି ଚନ୍ଦ୍ର ପାତ୍ର, ନିମାଇଁ ମହାକୁର, ଦେବାଶିଷ ମହାନ୍ତି, ଉମେଶ କୁମାର ପ୍ରଧାନ, ଅଭିଶେଖ ପାରୁଆ ଯାଦବ , ଅନୁପ ସୁନା ଓ ସୁମିତ କୁମାର ମହାନନ୍ଦ ରହିଛନ୍ତି |

Leave a Reply

Your email address will not be published. Required fields are marked *