ଆରମ୍ଭ ହେଲା ମହିଳାଙ୍କ ସୁରକ୍ଷା ପାଇଁ ପିଙ୍କ ପାଟ୍ରୋଲିଂ .

ଅନୁଗୋଳ ଜିଲା ପୋଲିସ କୁ ମହିଳା ଙ୍କ ସୁରକ୍ଷା ଚିନ୍ତା। ଜିଲା ରେ ଦିନକୁ ଦିନ ମହିଳା ମାନେ  ଲୁଟ, ଛୀନତାଇ ଓ ଦୁର୍ବ୍ୟବହାର ର ସମ୍ମୁଖୀନ ହେଉଥିବା ରୁ ଏହାର ପ୍ରତିହତ ପାଇଁ ଜିଲା ପୋଲିସ ପକ୍ଷରୁ ପିଙ୍କ ପାଟ୍ରୋଲିଂ ବ୍ୟବସ୍ଥା ର ଶୁଭାରମ୍ଭ କରାଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ DIG  ସାର୍ଥକ ଷଢଙ୍ଗୀ ଓ ଏପି ଜଗମୋହନ ମିନା ପତାକା ଦେଖାଇ ଏହି ବ୍ୟବସ୍ଥା ଆରମ୍ଭ କରିଛନ୍ତି।ବିଶେଷ କରି ମହିଳା ପୋଲିସ କର୍ମଚାରୀ ଏହି ପାଟ୍ରୋଲିଂ ବ୍ୟବସ୍ଥା ରେ ସାମିଲ ହୋଇ ମହିଳାଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବେ ବୋଲି ଜିଲା ପୋଲିସ ପକ୍ଷରୁ କାହାଯାଇଛି।

Advertisement

ଏହା ଛଡା ସନ୍ଧ୍ୟା ସମୟରେ ସହର ଗଳିକନ୍ଦିରେ ବୁଲୁଥିବା ଦୁବୁକ୍ତ ଙ୍କୁ ମଧ୍ୟ ସାବଡ଼ କରିବା ପାଇଁ କେତକ ବାଇକ ପାଟ୍ରୋଲିଂ ରେ ମଧ୍ୟ ସାମିଲ ଅଛନ୍ତି। ଏମାନେ କୌଣସି ସ୍ଥାନରେ କିଛିବି ଅଘଟଣ ଘଟିଲେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପାରୁବେ ଓ ସୁରକ୍ଷା ଦିଗରେ କଯ୍ୟକରି ପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚାରୋଟି ସ୍କୁଟି ଓ ଚାରୋଟି ବାଇକ ଏହି  ପିଙ୍କ ପାଟ୍ରୋଲିଂ ବ୍ୟବସ୍ଥା ସାମିଲ କରାଯାଇଛି।

Leave a Reply

Your email address will not be published. Required fields are marked *