ଅନୁଗୋଳ :ଘରୋଇ ସ୍କୁଲ ର ମନ ମାନି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଅବିଭାବକ । ଅନୁଗୋଳ ସହର ରେ ଥିବା ରୋଟାରୀ ପବ୍ଲିକ ସ୍କୁଲ ର ମନ ମନମାନି କୁ ନେଇ ଦେଖା ଦେଇଛି ଅସନ୍ତୋଷ । ଫଳରେ ଅବିଭାବକ ମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ଗୁହାରି ଜଣାଇଛନ୍ତି। ସେମାନଙ୍କ ଅଭିଯୋଗ ସ୍କୁଲ କର୍ତ୍ତୃପକ୍ଷ କୋଭିଡ ଭଳି ସ୍ଥିତିରେ ସ୍କୁଲ ଫି ଦେବାକୁ ଅବିଭାବକ ଙ୍କୁ ଚାପ ପକାଉଛନ୍ତି । ସ୍କୁଲ ବନ୍ଦ ସତ୍ତ୍ୱେ ଟିଉସନ ଫି ଓ ଅନ୍ୟାନ୍ୟ ଫି ଦେବାକୁ ଫୋନ ଯୋଗେ ଅବିଭାବକ ଙ୍କୁ ଚାପ ପକାଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲ ଫି ଛାଡ଼ ନେଉ କୋର୍ଟ ଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ସ୍କୁଲ କର୍ତ୍ତୃପକ୍ଷ ଜାଣି ଶୁଣି ପିଲାଙ୍କ ଭବିଷ୍ୟତ କୁ ନେଇ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି ଅବିଭାବକ ।ଆଜି ଏନେଇ ରୋଟାରୀ ପବ୍ଲିକ ସ୍କୁଲ ର ଅଭିଭାବକ ମାନେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ତୁରନ୍ତ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷପ କରିବାକୁ ଦାବି କରିଛନ୍ତି ।
ରୋଟାରୀ ସ୍କୁଲ ର ଫି ବୃଦ୍ଧି କୁ ବିରୋଧ.
