ସ୍ଲାଇଲ’ ଗ୍ରୁପର ନିଆରା ପ୍ରୟାସ ,ରକ୍ତଦନ କରିପାଳିଲେ ନୂଆବର୍ଷ ।

 ଅନୁଗୋଳ: ସ୍ଲାଇଲ’ ଗ୍ରୁପ ପକ୍ଷରୁ ଇଂରାଜା ନବ ବର୍ଷକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ଇଂରାଜୀ ନବବର୍ଷ ଉତ୍ସବକୁ ଅଧିକ ସ୍ମରଣୀୟ କରିବା ସହିତ ତାମିଲନାଡୁ କୁଜୁର ଠାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣବଳି ଦେଇଥିବା ସହିତ ରାଣା ପ୍ରତାପ ବାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରାଜ୍ୟ ରକ୍ତଭଣ୍ଡାରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ  ଶିବିର ଆୟୋଜିତ ହୋଇଥିଲା। ଏଥିରେ ୭୧ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ.

। ସ୍ମାଇଲ ଗ୍ରୁପ ର  ତତ୍ତ୍ୱାବଧାନରେ ଏଡିଏମ୍ (ରାଜସ୍ବ) ସନ୍ତୋଷ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥୁଲେ।  ଦୀପକ ଅଗରୱାଲ ସାମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହି ପରି ଅନ୍ୟତମ ଅତିଥିଭାବେ ଅନୁଗୋଳ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସତ୍ୟବ୍ରତ ପାଟଯୋଶୀ, ଚର୍ମରୋଗ ବିଶେଷଜ୍ଞ ଡାକ୍ତର ବିଶ୍ଵଜିତ ସାମଲ ଯୋଗଦେଇ ଶିବିର ଉଦ୍‌ଘାଟନ କରିଥିଲେ। ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବଡ ଖବର ଟିଭି ଚ୍ୟାନେଲର ଜିଲ୍ଲା ପ୍ରତିନିଧି ମହେଶ ଭୋମରାଜ ନିଜେ ରକ୍ତ ଦାନ କରି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ଏହା ମହେଶ ଙ୍କ ୩୫ ତମ ରକ୍ତ ଦାନ ।

ସ୍ମାଇଲ ଅନୁଷ୍ଠାନର ଆନନ୍ଦ ଶତପଥୀ, ସନ୍ଦୀପ ରାଉତ, ପପୁନ୍ ନାୟକ, ଦ୍ଵିତୀକୃଷ୍ଣ ସାମଲ, ସୋମେଶ ଦାସ, ସୁମନ ପ୍ରଧାନ, ମାନସ ଦେହୁରୀ, ସିଦ୍ଧାନ୍ତ ପରିଡ଼ା, ସୁବ୍ରତ ସାହୁ, ପପୁର ଚାଏକ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଅନୁଗୁଳ ରକ୍ତ ଭଣ୍ଡାରର ଡାକ୍ତର ସତ୍ୟବ୍ରତ ପାଟଯୋଶୀ, ଡାକ୍ତର ବିଶ୍ବଳିତ ସାମଲ, ଷ୍ଟାଫ୍ ନର୍ସ ମଞ୍ଜୁବାଳା ଶତପଥୀ, ଏଲଟି ରୁଦ୍ରମୋହନ ମାଝୀ, ଜଣେଶ୍ବର ମୁଖୀ, ସୁକାନ୍ତ ସାହୁ, କାମାକ୍ଷାପ୍ରସାଦ ସାହୁ, ପ୍ରଫୁଲ୍ଲ ଦାଶ, କାଉନସିଲର ହରୀଶ ଚନ୍ଦ୍ର ଜେନା, ରମେଶ ପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ‘

Leave a Reply

Your email address will not be published. Required fields are marked *