ସୁରକ୍ଷା କର୍ମୀ ଗୁଳିମାଡରେ ଯୁବକ ଗୁରୁତର ।

ଅନୁଗୋଳ : କମ୍ପାନୀ ସୁରକ୍ଷା କର୍ମୀ ଗୁଳିରେ ଜଣେ ଗୁରୁତର। ଗୁରୁତର ଆହତ ଯୁବକର ପେଟ ଓ ଗୋଡ ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଯୁବକୁ ପ୍ରଥମେ ଅନୁଗୋଳ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣା ଘଟିଛି ଅନୁଗୋଳ ଜିଲାର ସମଲ ଥାନା ଅଧିନ ରେ ଥିବା ବିନ୍ଦଲ କମ୍ପାନୀ ନିକଟରେ । ଆହତ ଯୁବକ ହେଉଛନ୍ତି ପାଖ ଗାଁ ର ଲିପକ ବେହେରା। ସେ ନଦୀ କୁ ମାଛ ଧରିବାକୁ ଯାଇଥିବା ବେଳେ କମ୍ପାନୀ ସୁରକ୍ଷା କର୍ମୀ ତାଙ୍କୁ ଗୁଳି କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Leave a Reply

Your email address will not be published. Required fields are marked *