ପ୍ରେମରେ ଅନ୍ଧ ପୁଅର ଆକ୍ରମଣ ରେ ବାପା ମୃତ ମା ଗୁରୁତ୍ତର ।

ଅନୁଗୋଳ: ପ୍ରେମ ପାଇଁ ଅନ୍ଧ ହୋଇଗଲା ପୁଅ। ଭୁଲିଗଲା ବାପା ଓ ମା କୁ। ପୁଅର ପ୍ରେମ ସମ୍ପର୍କ କୁ ବାରଣ କରିବାରୁ ବାପା ଓ ମା ଙ୍କୁ କଲା ଟାଙ୍ଗୀଆ ରେ ଆକ୍ରମଣ। ଘଟଣା ସ୍ଥଳରେ ବାପା ର ମୃତ୍ୟୁ ହୋଇଥିବା ମା ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସା ଲୟରେ ଭର୍ତି ହୋଇଛି । ଅନୁଗୋଳ ଜିଲା ଜରପଡା ଥାନା ଦୁର୍ଗାପୁର ଗାଁ ରେ ଘଟିଛି ଘଟଣା ।

ସୂଚନା ଅନୁସାରେ ଦୁର୍ଗାପୁର ଗାଁ ର ବାଳ କୃଷ୍ଣ ବେହେରାଙ୍କ ବଡ ପୁଅ ତ୍ରିନାଥ ସେଇ ଗାଁର ଜଣେ ବିବାହିତା ମହିଳା ଙ୍କୁ ପ୍ରେମ କରୁଥିଲା। ପୁଅର ଏହି ପ୍ରେମ ସମ୍ପର୍କ କୁ ବାପା, ମା ବିରୋଧ କରିଥିଲେ ।ତ୍ରିନାଥ ଜଣେ ଗାଡି ଡ୍ରାଇଭର। ଗତ କାଲି ତ୍ରିନାଥ ଘରକୁ ଆସିଥୁବା ବେଳେ ବାଳକୃଷ୍ଣ ଓ ମା ରୁକ୍ମଣୀ ଏଭଳି କାହିଁକି କରୁଚୁ ବୋଲି କହିବାରୁ ଏଥିରେ ଉତ୍କ୍ଷିପି ହୋଇ ଘରେ ଥିବା ଟାଙ୍ଗିଆ ରେ ପ୍ରଥମେ ବାପା ଙ୍କୁ ହାଣି ଥିବା ବେଳେ ପରେ ମା କୁ ମଧ୍ୟ ହାଣୀ ପକାଇ ଥିଲା। ଘଟଣା ସ୍ଥଳରେ ବାପା ର ମୃତ୍ୟୁ ହୋଇଥିବା ବେଳେ ରୁକ୍ମଣୀ କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତର ଖାନା ରେ ଭର୍ତି କରାଯାଇଛି। ତାଙ୍କର ମୁଣ୍ଡ ସମେତ ସାରିର୍ବର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି । ହତ୍ୟାକାଣ୍ଡ ଘଟାଇବା ପରେ ତ୍ରିନାଥ ଫେରାର ହୋଇ ଯାଇଛି। ଖବର ପାଇ ଜରପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *