ମୋଦୀ ଙ୍କ ପୋଷ୍ଟର ରେ କଳା ବୋଳିଲେ ଛାତ୍ର କଂଗ୍ରେସ କର୍ମୀ.

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ର ଅଭିନଭ ପ୍ରତିବାଦ ।ପେଟ୍ରୋଲ ଟାଙ୍କି ରେ ଲାଗିଥିବା  ପ୍ରଧାନମନ୍ତ୍ରୀ  ମୋଦି ଙ୍କ ପୋଷ୍ଟର ରେ କଳା ବୋଲିଲେ  ଛାତ୍ର କଂଗ୍ରେସ କର୍ମୀ ।ଆଜି ଅନୁଗୋଳ ରେ ଏଭଳି ପ୍ରତିବାଦ ଦେଖିବାକୁ ମିଳିଛି ।ବହୁ ସଂଖ୍ୟା ରେ ଛାତ୍ର କଂଗ୍ରେସ ର କର୍ମୀ ମାନେ ନାରା ବାଜି ଦେଇ ଅନୁଗୋଳ ସହର ରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ରେ ଲାଗିଥିବା ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ପୋଷ୍ଟର ରେ କଳା ବୋଳି ଥିଲେ ।

ଖାଲି ସେତିକି ନୁହଁ ପୋଷ୍ଟର ସବୁ ମଧ୍ୟ ଚିରି ଦେଇଥିଲେ। ବଢୁଥିବା ତୈଳ ଦର ସାଧାରଣ ଜନତା ଙ୍କୁ ବ୍ୟତିବ୍ୟସ୍ତ କରିଛି। ତେଲ ଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦରଦାମ ମଧ୍ୟ ବୃଦ୍ଧି ପାଇଛି। ତେଣୁ ତୁରନ୍ତ ତୈଳ ଦର କମାଇବା ପାଇଁ କଂଗ୍ରେସ  ଦାବି କରିଛି। ଯଦି ତେଲ ଦର କମ ନ ହୁଏ ତେବେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଆନ୍ଦୋଳନ କୁ ଓହ୍ଲେଇବ ବୋଲି ଦମକ ଦିଆଯାଇଛି।

Leave a Reply

Your email address will not be published. Required fields are marked *