ବିଦ୍ୟୁତ ଶୁଳ୍କ ବୃଦ୍ଧି ର ପ୍ରତିବାଦ

ଅନୁଗୋଳ :ନିକଟରେ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଛନ୍ତି ।ଯାହାକୁ ନେଇ ଆଜି ପ୍ରତିବାଦ କରିଛି SUCI କମ୍ୟୁନିଷ୍ଟ। SUCI କମ୍ୟୁନିଷ୍ଟ ଅନୁଗୋଳ ଜିଲା କମିଟି ପକ୍ଷରୁ ଆଜି ସରକାର ଯେଉଁ  ବିଜୁଳି ୟୁନିଟି ପିଛା ଯେଉଁ 30 ପଇସା ବୃଦ୍ଧି କରିଛନ୍ତି ତାର ପ୍ରତିବାଦ କରିଛନ୍ତି। ବହୁ ସଂଖ୍ୟାରେ ସଦସ୍ୟ ଅନୁଗୋଳ ଜିଲାପାଳ ଅଫିସ ଘେରାଉ କର ବିକ୍ଷୋଭ କରିଛନ୍ତି ,। ସେମାନେ ଏକ ପ୍ରତିବାଦ  ଶୋଭାଯାତ୍ରା ରେ ଅନୁଗୋଳ ବାଳିକା ବିଦ୍ୟାଳୟ ନିକଟରୁ ବାହାରି ସହର ପରିକ୍ରମା କରିଥିଲେ । ସେମାନଙ୍କ ଅଭିଯୋଗ ବର୍ତମାନ କୋଭିଡ ଭଳି ସ୍ଥିତିରେ ଲୋକେ ରୋଜଗାର ହରାଇ ଛନ୍ତି। ସାଧାରଣ ଗରିବ ଖଟିଖିଆ ପାଖରେ ବଞ୍ଚିବାକୁ ରୋଜଗାର ନାହିଁ। ଏଭଳି ସ୍ଥିତିରେ ବିଜୁଳି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ତୁରନ୍ତ ତାହା ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛି କମ୍ୟୁନିଷ୍ଟ ।ଏନେଇ ଚାରି ଦଫା ସମ୍ବଳିତ ଏକ ଦାବି ପତ୍ର ଜିଲା ପ୍ରଶାସନ ଜରିଆରେ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *