କାହ୍ନା ଫେରିଯିବ ସାତକୋଶିଆ ର ସୁନ୍ଦରୀ

ଅନୁଗୋଳ : ମଧ୍ୟପ୍ରଦେଶ ର କହ୍ନା କୁ ଫେରିବ ବାଘୁଣୀ । ଅନୁଗୋଳ ରେ ପହଁଚିଛନ୍ତି ମଧ୍ୟପ୍ରଦେଶ ର ୬ ଜଣିଆ ବିଶେଷଜ୍ଞ ଦଳ । ବାଘୁଣୀ କୁ ନେବା ପାଇଁ  ମଧ୍ୟ ଆସିଛି  ସ୍ୱତନ୍ତ୍ର ଭ୍ୟାନ । ଆସିଥିବା ଟିମ ରେ  ସ୍ୱତନ୍ତ୍ର ଡାକ୍ତର ମଧ୍ୟ ଅଛନ୍ତି  ସେମାନେ  ସାତକୋଶିଆ ର ରାଇଗୋଡ଼ା ସ୍ପେଶାଲ ଏଂକ୍ଲୋର  କୁ ଯାଇ ବାଘୁଣୀ ର ଗତି ବିଧି ନଜର କରିବେ। ପ୍ରଥମେ ତାକୁ ଯନ୍ତା ବସାଇ ଧରିବାକୁ ଚେଷ୍ଟା କରିବେ। ଯଦି ସେଥିରେ ସଫଳ ନ ହୁଅନ୍ତି ତେବେ ଟ୍ରାଙ୍କୁଲାଇଜିଙ୍ଗ କରିବେ ବୋଲି ଯୋଜନା ଥିବା ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର ପ୍ରଦୀପ ରାଜ କରାଟେ ଗଣମାଧ୍ୟମକୁ କହିଛନ୍ତି ।

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ କୁ ବାଘ ବଂଶ ବୃଦ୍ଧି ପାଇଁ 2018 ମସିହା ପ୍ରଥମ ପର୍ଯ୍ୟାୟ ରେ ଗୋଟିଏ ବାଘ ସହ ବାଘୁଣୀ ଅଣାଯାଇଥିଲା । ପ୍ରଥମେ ବାଘର ଶିକାରୀ ଫାଶ ରେ ପଡି ମୃତ୍ୟୁ ହୋଇଥିଲା । ପରେ ଦୁଇ ଦୁଇ ଟି ମଣିଷ ମାରିବା ପରେ  ବାଘୁଣୀ କୁ ଏନକ୍ଳୋଜରେ ରଖାଯାଇଥିଲା । ଦୁଇ ବର୍ଷ ହେବ ଏନ କ୍ଳୋଜର ରେ ରଖାଯାଇ ତାର ଜଙ୍ଗଲି ପ୍ରବୃତି ଆଣିବା ପାଇଁ ମଧ୍ୟ ଚେଷ୍ଟା କରିଥିଲା ବନ ବିଭାଗ । ହେଲେ ସେଥିରେ ସଫଳ ନ ହେବାରୁ ତାକୁ ମଧ୍ୟ ପ୍ରଦେଶ ଫେରାଇବାକୁ ନିସ୍ପତି ନିଆଯାଇଥିଲା । ଆଜି ଆସିଥିବା ଟିମ ପ୍ରଥମେ ବାଘୁଣୀକୁ ଜନ୍ତା ବସାଇ ଧରିବାକୁ ଉଦ୍ୟମ ଆରମ୍ଭ କରିବ । ଯଦି ସଫଳ ନହୁଏ ତେବେ ଅନ୍ୟ ଊପାୟ ରେ ତାକୁ ଧରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବାଘ ଦଇତ୍ଵ ରେ ଥିବା  ସାତକୋଶିଆ ଅଧିକାରୀ ।

ତେବୀ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ମହତ ଉଦେଶ୍ୟ ରଖୀ ଦେଶରେ ପ୍ରଥମ ଆନ୍ତ ରାଜ୍ୟ ବାଘ ସ୍ଥାନାନ୍ତରଣ କରଯାଇଥିଲା ତାହା ଏବେ ଫସର ଫାଟିଛି । ଏବଂ ବାଘ ବଂଶ ବୃଦ୍ଧି ପାଇଁ ଯେଉଁ ପ୍ରଚେଷ୍ଠା କରାଯାଇଥିଲା ସେଥିରେ ମଧ୍ୟ ରୋକ ଲାଗିଛି । 

Leave a Reply

Your email address will not be published. Required fields are marked *