ଅନୁଗୋଳ ରେ ହେବ ୨୮ତମ ରାଜ୍ୟ ସ୍ତରୀୟ ଟେବୁଲ ଟେନିସ ଚମ୍ପିଆନ୍‌ସିପ୍

ଅନୁଗୋଳ: ଅନୁଗୋଳ ସହରରେ ଆରମ୍ଭ ହେବାକୁ ଯାଉଛି 28 ତ୍ତମ ରାଜ୍ୟ ସ୍ତରୀୟ ଟେବୁଲ ଟେନିସ ଚମ୍ପିଆନ୍‌ସିପ୍ । ଚଳିତମାସ ୧୪ ତାରିଖରୁ ୧୭ ତାରିଖ  ପର୍ଯ୍ୟନ୍ତ ସ୍ଥାନୀୟ ଟେବୁଲ ଟେନିସ୍ ଏକାଡେମୀ ତଥା ଇନ୍‌ଡୋର ହଲ୍ ଠାରେ ଏହି ଚମ୍ପିଆନ୍‌ସିପ୍ ଅନୁଷ୍ଠିତ ହେବ।

Advertisement

ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ଓ ଜିଲ୍ଲା ପ୍ରଶାଶନ ମିଳିତ ସହଯୋଗରେ ଚମ୍ପିଆନ୍‌ସିପ୍ ଆୟୋଜନ କରାଯାଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ବରଗଡ଼ ଟେବୁଲ ଟେନିସ ଖେଳାଳି ଏହି ଚମ୍ପିଆନ୍‌ସିପ୍ ରେ ଭାଗ ନେବେ । ଏନେଇ ଜିଲ୍ଲା ପ୍ରଶାଶନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି । ଚମ୍ପିଆନ୍‌ସିପ୍‌ରେ ୧୪ଟି ଇଭେଣ୍ଟ ଅନୁଷ୍ଠିତ ହେବ ।

କେଳବ ପୁରୁଷ ଓ ଜୁନିୟର ବାଳକ ବିଭାଗରେ ଦଳଗତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାକୁ ଛାଡ଼ି ସିନିୟର ପୁରୁଷ ଓ ମହିଳା, ୟୁଥ୍ ବାଳକ ବାଳିକା ୧୯ ବର୍ଷରୁ କମ୍ , ଜୁନିୟର ବାଳକ ଓ ବାଳିକା ୧୭ ବର୍ଷରୁ କମ୍ , ସବ୍‌ଜୁନିୟର ବାଳକ ଓ ବାଳିକା ୧୫ ବର୍ଷରୁ କମ୍ , କ୍ୟାଡେଟ୍ ବାଳକ ଓ ବାଳିକା ୧୩ ବର୍ଷରୁ କମ୍ ଏବଂ ହୋପ୍ ବାଳକ ଓ ବାଳିକା ୧୧ ବର୍ଷରୁ କମ୍  ବର୍ଗରେ ସିଙ୍ଗଲ୍ସ ଚମ୍ପିଆନ୍‌ସିପ୍‌ ଅନୁଷ୍ଠିତ ହେବ।

ବୁଧବାର ଉଦ୍‌ଘାଟନ ଉତ୍ସବ ହେବାକୁ ଥିବା ବେଳେ ୧୭ ତାରିଖ ସନ୍ଧ୍ୟାରେ ଏହି ଚମ୍ପିଆନ୍‌ସିପ୍ ଉଦ୍‌ଯାପନ ହେବ। ଏହି ଚମ୍ପିଆନ୍‌ସିପ୍ ରୀ ସାରାରାଜ୍ୟରୁ ପାଖାପାଖି ୨୫୦ ପୁରୁଷ, ମହିଳା, ବାଳକ ଓ ବାଳିକା ଖେଳାଳି ଭାଗନେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *