ଅନୁଗୋଳ ଟାଇକୋଣ୍ଡୋ ଆସୋସିଏସନ ତରଫରୁ ଦୀର୍ଘ ଦୁଇ ବର୍ଷ ପରେ ଅନୁଗୋଳ ଷ୍ଟାଡିଅମ ପଡିଆ ଠାରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରାୟ ୫୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କର ହୋଇଥିବା ପରୀକ୍ଷା ରେ ଉତ୍ତମ ପଦର୍ଶନ ପାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ ରେଡ଼ ,ଏଲୋ , ଗ୍ରୀନ ଏଭଳି ବିଭିନ୍ନ ବର୍ଗ ରେ ବେଲ୍ଟ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ କୋରାନା ର କଟକଣା କୋହଳ ହେବା ପରେ ପ୍ରତିଯୋଗୀଙ୍କ ମନରେ ଉତ୍ସାହ ଦେଖାଦେଇଥିଲା


ଟାଇକୋଣ୍ଡ କେବଳ ଯେ ପିଲା ମାନକୁ ଫିଟ ରଖିବ ତାହା ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପିଲାମାନଙ୍କର କନଫିଡେନ୍ସ ଲେବୁଲ ବଢାଇବା ସହ ସେମାନଙ୍କୁ ସେଳ୍ପ ଡ଼ିଫେନସ କରିବା ରେ ସହାୟତ କରିବ। ଯାହାକୁ ନଜରେ ରଖି କାର୍ଯ୍ୟ କରୁଛି ଅନୁଗୋଳ ଟାଇକୋଣ୍ଡ ଆସୋସିଏସନ। ଆସୋସିଏସନର ପ୍ରତିଷ୍ଠାତା ଦୁଶ୍ୟନ୍ତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ ଓ ଆସୋସିଏସନର କର୍ମକର୍ତା ଯୋଗ ଦେଇଥିଲେ।