ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଅନୁଗୋଳ ତାଇକୋଣ୍ଡୋ ଖେଳାଳି ଙ୍କ ସଫଳତା।

ଅନୁଗୋଳ : ଚଳିତ ମାସ ୨୬ ତାରିଖ ଠାରୁ ୨୮ ତାରିଖ ପଯ୍ୟନ୍ତ ୨୦ ତମ ରାଜ୍ୟସ୍ତରୀୟ ତାଇ କୋଣ୍ଡୋ  ପ୍ରତିୟୋଜିତା ରେ ଭାଗ ନେଇଥିବା  ଅନୁଗୋଳ ର ଟାଇକୋଣ୍ଡୋ ଖେଳାଳି ବେସ ସଫଳତା ଅର୍ଜନ କରିଛନ୍ତି । ଭଦ୍ରକ ଜିଲ୍ଲା ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ  ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଖେଳାଳୀମାନେ ୧୬ ଟି ପଦକ ହାସଲ କରି ଅନୁଗୋଳ ଜିଲ୍ଲା ପାଇଁ  ଗୌରବ ଅର୍ଜନ କରିଛନ୍ତି।ଯେଉଁଥିରେ ସ୍ଵର୍ଣ୍ଣ ସମେତ ରୌପ୍ୟ ଓ କାଂସ୍ୟ ପଦକ ରହିଛି । ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲା ର ୧୯ ଜଣ ଖେଳାଳି ୪ ଜଣ ବିଚାରକ ଓ ଜଣେ କୋଚ୍ ଅଂଶ ଗ୍ରହଣ କରିଥିଲେ। ଉକ୍ତ ପଦକ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରୀୟ ପ୍ରତିଯୋଗୀତା ଲକ୍ଷ୍ନୌ ଠାରେ ହେବାକୁ ଥିବ ତାଇକୋଣ୍ଡୋ ଅଂଶ ଗ୍ରହଣ କରିବେ ବୋଲି ଭାରତର ତାଇ କୋଣ୍ଡୋ ପ୍ରତିଷ୍ଠାତା ( ଜନକ) ଡ, ଜୀମିଅର୍ ଜଗଦୀୟାନି ଓ ତାଓ ସମ୍ପାଦନ ରବିନାରାୟଣ ପାଣିଗ୍ରାହୀ ପ୍ରକାଶ କରୁଛନ୍ତି।

ସେହି ଭଳି ରାଜ୍ୟସ୍ତରୀୟ ସ୍କୋ ଏ ପ୍ରଜିୟୋଗିତରେ ପଦକ ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ  ତା ୦୪/୦୧/୨୦୨୪ ରିଖ ଠାରୁତା ୦୮/୦୧/୨୦୨୪ ରିଖପଯ୍ୟନ୍ତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତା ରାଜସ୍ଥାନ ଅଭିମୁଖେ ଯାତ୍ରା କାରିବେ। ଜାତୀୟ ସ୍କୋଏ ପ୍ରତିଯୋଗିତାର ଅଂଶ ଗ୍ରହଣ କରିଥିବା ବାଳିକା ବିଭାଗର ଶ୍ରୀୟା ଶ୍ରୀ ପ୍ରଧାନ, ଦୃଷ୍ଟି ସିଂହ ଯାଦବ, ସ୍ଵତି ସ୍ୱାଗତିକା ଦାସ ଓ କାବ୍ୟା ଦାଶ, ବାଳକ ବିଭାଗର ଏସ କେ କସିଫ, କେ ସାଇ ଆଦିତ୍ୟ, ସିତଂଶୁ ସ୍ଥିତପ୍ରଜ୍ଞା ନୟକ ଅଂଶ ଗ୍ରହଣ କରିବେ, ଉକ୍ତ ପ୍ରତିଯୋଗୀ ଏମାନଙ୍କୁ ଅନୁଗୋଳ ଜିଲ୍ଲାର କ୍ରିଡ଼ା ଅଧିକାରି ଅକ୍ଷୟ କୁମାର ସେଠ , ଶାରୀରିକ ଶିକ୍ଷା ନିରୀକ୍ଷକ ଭିକାରୀ ବନ୍ଧୁ ସହୁ , ଅନୁଗୋଳ ତାଇକୋ ଣ୍ଡୋ ସଂଘ ଅନୁଗୋଳ ର ସଭାପତି ନୀଳମଣି ରାଉତ, ଉପସଭାପତି ଶକ୍ତି ପ୍ରାସାଦ ପଟ୍ଟନାୟକ, ଓ ପର୍ଶୁରାମ ଦାଶ, ଆଇନ୍ ଯିବୀ ଓ ଉପଦେଷ୍ଟା ପ୍ରଦୀପ କୁମାର ଦେବତା, ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ଓ ସମ୍ଭର୍ଦ୍ଧନା ଜଣାଇଁଛନ୍ତି। ଉକ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅନୁଗୋଳ ତାଇକୋଣ୍ଡୋ ପ୍ରତିଷ୍ଠାତା ଓ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ ଙ୍କ ଠାରୁ ଶିକ୍ଷ୍ୟା ଅର୍ଜନ କରୁଛନ୍ତି।

Leave a Reply

Your email address will not be published. Required fields are marked *