ରାଜ୍ୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ  ଜିଲ୍ଲାକୁ ୩୨ ପଦକ।

ଅନୁଗୋଳ: ଗତମାସ  ୨୭ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨୧ ତମ ରାଜ୍ୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ରେ ଅନୁଗୋଳ ଜିଲା ର ପ୍ରତିଯୋଗୀ ମାନେ ସଫଳ ହୋଇଛନ୍ତି। ଭଦ୍ରକ ଜିଲ୍ଲାର ଚରମ୍ପାସ୍ଥିତ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତା ଜାତୀୟ ତାଇକୋଣ୍ଡୋ ଜନକ ଓ ପ୍ରତିଷ୍ଠାତା ଡ଼, ଜିମିଅର୍ ଜଗଦିୟାନି ଓ ରାଜ୍ୟ ତାଓ ସମ୍ପାଦକ ଓ ପ୍ରତିଷ୍ଠାତା ରବିନାରାୟଣ ପାଣିଗ୍ରାହୀ ଙ୍କ ତତ୍ବାବଧାନରେ ଉକ୍ତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ତାଇକୋଣ୍ଡୋ ସଂଘ ଅନୁଗୋଳ ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ବାବଧାନରେ ୨୮ ଜଣ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିଲେ। ଅଂଶ ଗ୍ରହଣ କରି ପୁନ୍ସି ବିଭାଗରେ ୭ ପଦକ ଓ ଖିରୋଗୀ ବିଭାଗରେ ୨୫ ଟି ପଦକ ହାସଲ କରି ଅନୁଗୋଳ ଜିଲ୍ଲାର ଗୌରବ ଅର୍ଜନ କରିଛନ୍ତି। ଉକ୍ତ ଖେଳାଳି ମାନଙ୍କୁ ମା ବାସନ୍ତୀ ଖେଳ ପଡିଆ ଠାରେ ଜିଲ୍ଲା ସଭାପତି ନିଳମଣୀ ରାଉତ, ଉପସଭାପତି, ଶକ୍ତି ପ୍ରସାଦ ପଟ୍ଟନାୟକ, ଉପଦେଷ୍ଟା ଓ ଆଇନଜୀବି ପ୍ରଦୀପ କୁମାର ଦେବତା,,ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରି ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଧନା କରିଥିଲେ ଜସ୍ଲିନ ସାହୁ, ଜାତୀୟ ଖେଳାଳି ଶ୍ରଦ୍ଧାଞ୍ଜଳୀ ସ୍ବାଇଁ, ସାଗର କୁମାର ଦେହୁରୀ, ଶ୍ରୀୟାଶ୍ରୀ ପ୍ରଧାନ, ସ୍ୱାତି ସ୍ଵାଗତିକା ଦାସ ସାହାଯ୍ୟ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *