ସ୍ୱଦେଶୀ ଉଦ୍ୟମିତା ସାମ୍ନାନ ପାଇଲେ ହେଲେ ଅନୁଗୋଳ ର ଝିଅ ଗାୟତ୍ରୀ

ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କଲେ ପୁରସ୍କୃତ

ଅନୁଗୋଳ : ଦେଶୀ ଜିନିଷ ପ୍ରସ୍ତୁତ କରି ହୋଇଛନ୍ତି ଉଦ୍ୟୋଗୀ। ଜାହାପାଇଁ ରାଜ୍ୟ ସରକାର ତାଙ୍କୁ ପୁରସ୍କୃତ କରିଛନ୍ତି। ନିକଟରେ ଭୁବନେଶ୍ୱର ରେ ଆୟୋଜିତ ତୋଷଣୀ ମେଳାରେ ବିଭାଗୀୟ ମନ୍ତ୍ରୀ ଠାରୁ ପୁରସ୍କୃତ ହୋଇଛନ୍ତି ଅନୁଗୋଳ ର ଝିଅ ଗାୟତ୍ରୀ ପଟ୍ଟନାୟକ। ଆଜି ଦିନରେ ଦେଶୀ ଓ ହାତତିଆରୀ ଜିନିଷ ର ଚାହିଦା ବଢ଼ୁଥିବା ବେଳେ ଏହାକୁ ଉଦ୍ୟୋଗ ଭାବେ ନେଇ ନିଜେ ସ୍ୱଭାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗ ଯୋଗାଇ ଛନ୍ତି ଅନୁଗୋଳ ର ଝିଅ ଗାୟତ୍ରୀ । ଅନୁଗୋଳ ସହର ପାଖ ରାଣୀ ଗୋଡା ଗାଁ ରେ ଗାୟତ୍ରୀ ଙ୍କ ଘର।ଭୁବନେଶ୍ୱର ର ସୁନ୍ଦର ପଦା ଅଞ୍ଚଳରେ ରହି ଗାୟତ୍ରୀ ନିଜର ଉଦ୍ୟୋଗ ଚଳାଇଛନ୍ତି।

ନିଜ ହାତରେ ମୁଢି ଭାଜିବା ଠାରୁ ଆରମ୍ଭ କରି ସ୍ଥାନୀୟ ମହିଳା ଙ୍କ ସହାୟତାରେ ତାକୁ ପ୍ୟାକେଟିଂ କରି ବଜାର ରେ ବିକ୍ରି କରୁଛନ୍ତି । ଖାଲି ମୁଢି ନୁହେଁ ବିଭିନ୍ନ ପ୍ରକାର ଡାଲି କୁ ଭାଜି ତାକୁ ପ୍ୟାକେଟିଂ କରିବା ସହ ଛତୁଆ ପ୍ରସ୍ତୁତ କରି ତାକୁ ମଧ୍ୟ ବିକ୍ରି କରି ଲାଭ ପାଉଛନ୍ତି। ତାଙ୍କ ସଫଳତା ର ଅନ୍ୟତମ ଦିଗ ହୋଇଛି ମଣ୍ଡିଆ ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ। ଯାହା ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। ମଣ୍ଡିଆ ଛତୁଆ ଠାରୁ ଆରମ୍ଭ କରି ବିସ୍କୁଟ , କେକ ଆଦି ମଧ୍ୟ ପ୍ରସ୍ତୁତ କରିଛନ୍ତି। ତାଙ୍କର ଏ ସବୁ ସଫଳତା ପାଇଁ ତାଙ୍କୁ ରାଜ୍ୟ ସରକାର ଙ୍କ  ପକ୍ଷରୁ , ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ଉପସ୍ଥିତ ରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପୁରସ୍କୃତ କରିଛନ୍ତି।

ତାଙ୍କୁ ୨୦ ତମ ସ୍ୱଦେଶୀ ମେଳା ରେ ତାଙ୍କୁ ଶ୍ରେଷ୍ଠ ସ୍ୱଦେଶୀ ଉଦ୍ୟମିତା ସମ୍ନାନ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ହସ୍ତତନ୍ତ ମୁଖ୍ୟ ନିର୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଓ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥୁଲେ। ଗାୟତ୍ରୀ ଙ୍କୁ ଏହି ପୁରସ୍କାର ମିଳିବା ପରେ ତାଙ୍କର ଏହି କାମ ପ୍ରତି ଆହୁରି ଆଗ୍ରହ ଯୋଗାଇଛି। କିଭଳି ଅଧିକ ରୁ ଅଧିକ କାମ କରିବା ସହ ମହିଳା ଙ୍କୁ ରୋଜଗାର କ୍ଷମ କରିହେବ କରିପାରିବେ ସେ ଦିଗରେ ପ୍ରେରଣା ଯୋଗାଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *