ଏଏନ୍‌ଏମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି .ବିଧାନସଭାରେ ବିବୃତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ .

ଭୁବନେଶ୍ବର : କୋଭିଡ୍‌ ପରେ ଛଟେଇ ହୋଇଥିବା ଧାରଣା ଦେଉଥିବା ଏଏନ୍‌ଏମ୍‌ଙ୍କ ଆଶା ଉଜ୍ଜିବୀତ ହୋଇଛି। ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ। ରାଜ୍ୟରେ ୧୦୯୯ଟି ଏଏନ୍‌ଏମ୍‌ ପଦ ଖାଲି ପଡ଼ିଛି। କରୋନାକୁ ଦୃଷ୍ଟିରେ ରଖି ସର୍ତ୍ତମୂଳକ ନିଯୁକ୍ତି ଦିଆଯାଇଥିଲା।

Advertisement

 ଆଜି ‘ଏଏନଏମ’ଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯୋଗ୍ୟତା ଭିତିରେ ଆନ୍ଦୋଳନରତ ଏଏନଏମଙ୍କୁ ନିଯୁକ୍ତି ଦିଆଯିବ। ଏବେ ରାଜ୍ୟରେ ୧ ହଜାର ୯୯ଟି ଏଏନ୍‌ଏମ୍‌ ପଦ ଖାଲି ରହିଛି। ପୂର୍ବରୁ କରୋନା ମହାମାରୀକୁ ଦେଖି ଏଏନଏମଙ୍କୁ ସର୍ତମୂଳକ ନିଯୁକ୍ତି ଦିଆଯାଇଥିଲା। ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ବେଳେ, କରୋନା କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଛି। ଏହାର ପ୍ରତିବାଦ କରି ଏଏନଏମ୍ କର୍ମୀ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ତେବେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଆନ୍ଦୋଳନରତ ଏଏନଏମ୍ କର୍ମୀଙ୍କ ପାଇଁ ବଡ଼ ଆସ୍ୱସ୍ତି ଆଣିଦେଇଛି।

Leave a Reply

Your email address will not be published. Required fields are marked *