ଟିପିସିଓଡିଏଲ୍ ଆରମ୍ଭ କଲା ସ୍ବତନ୍ତ୍ର ଆପ୍,ଆପ୍ ମାଧ୍ୟମରେ ବିଦ୍ୟୁତ ମିଟର ରିଡିଂ କରି ବିଲ ପୈଠ କରିପାରିବେ ଗ୍ରାହକ .

ଭୁବନେଶ୍ୱର: ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସେଲ୍ଫ-ମିଟର ରିଡିଂ ଆପ୍-ଟିପିସିଓଡିଏଲ୍ ମିତ୍ରକୁ ଉନ୍ମୋଚନ କରାଯାଇଛି । ଏହା ଜରିଆରେ ଗ୍ରହକମାନଙ୍କ ନିଜେ ନିଜର ମିଟର ରିଡିଂ ସ୍କାନ୍ କରିବା ସହ ଅନଲାଇନରେ ପେମେଣ୍ଟ କରିପାରିବେ । ଏହି ସେବା ପାଇଁ ଗ୍ରାହକମାନଙ୍କୁ ପ୍ରଥମେ ସେଲ୍ଫ ମିଟର ରିଡିଂ ସେବା ପାଇଁ ପଂଜୀକରଣ କରିବାକୁ ପଡ଼ିବ । ଏହା ପରେ ଗ୍ରାହକମାନେ ନିଜର ସ୍ମାର୍ଟଫୋନକୁ ବ୍ୟବହାର କରି ମିଟରର ସଦ୍ୟତମ ରିଡିଂ ଜାଣିପାରିବେ ଓ ଆପରେ ତାହାକୁ ଦର୍ଶାଇ ବିଲ୍ ସୃଷ୍ଟି କରିପାରିବେ।ଥରେ ବିଲ୍ ସୃଷ୍ଟି ହେବା ପରେ ଆପ ମାଧ୍ୟମରେ ଅନଲାଇନେର ପେମେଣ୍ଟ କରିପାରିବେ ।ଏହା ବ୍ୟତୀତ ଗ୍ରାହକମାନେ ଚୋରି ସମସ୍ୟା ବିଷୟରେ ଅବଗତ କରିପାରିବେ କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍ ଜରିଆରେ ବିଦ୍ୟୁତ  କାଟ ସୂଚନା ପାଇପାରିବେ ।

ଏହାର ଉନ୍ମୋଚନ ଅବସରରେ କମ୍ପାନିର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଏମ୍ ସେନବାଗମ କହିଛନ୍ତି ଯେ, “ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଆମର ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଏଭଳି ମୂଲ୍ୟ ଯୁକ୍ତ ସେବା ଜରିଆରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଉଦ୍ୟମର ପ୍ରତିଫଳନ ହେଉଛି ସେଲ୍ଫ-ମିଟର ରିଡିଂ ଆପ୍ । ଆଗାମୀ ଦିନରେ ଆମେ ଏଭଳି ଆହୁରି ଅଧିକ ସେବା ଉନ୍ମୋଚନ ଜାରି ରଖିବୁ ।’

Leave a Reply

Your email address will not be published. Required fields are marked *