ଏପ୍ରିଲ ୮ ରୁ ୧୦ ଯାଏଁ ନବମ ଅନୁଗୋଳ ଜିଲ୍ଲା ମହୋତ୍ସବ

ଧୀରେ ଧୀରେ କୋରାନା କବଳ ରୁ ମୁକ୍ତ ହେଉଛନ୍ତି ଓଡ଼ିଶାର ଲୋକେ। ଏଭଳି ସ୍ତୁତିରେ ଦୁଇ ବର୍ଷ ହେବ ଆମ କଲା ସଂସ୍କୃତି କୁ ଆମ ଆଉ ମଞ୍ଚରେ ଦେଖୁବାକୁ ପାଉ ନଥିଲୁ।ବନ୍ଦ ରହିଥିଲା ସମସ୍ତ ମେଳା ଓ ମହୋତ୍ସବ।ଏବେ ପୁଣି ଧୀରେ ସ୍ବଭାବିକ ସ୍ଥିତି ଫେରୁ ଥୁବାରୁ ଅନୁଗୋଳ ଜିଲାରେ ଆରମ୍ଭ ହେବାକୁ ଯାଉଛି ଅନୁଗୋଳ ଜିଲା ମହୋତ୍ସବ। ଆସନ୍ତା ମାସ ରେ ତିନିଦିନ ଧରି ହେବାକୁ ଯାଉଛି ଅନୁଗୋଳ ଜିଲା ମହୋତ୍ସବ ୨୦୨୨। ଯାହାପାଇଁ ଜିଲା ପ୍ରଶାସନ ପକ୍ଷରୁ ଆଜି ଦ୍ଵିତୀୟ ତଥା ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲାପାଳ ସିଦ୍ଧାନ୍ତ ଶଙ୍କର ସ୍ବାଇଁ ଅଧ୍ୟକ୍ଷତାରେ ହୋଥିବା ବୈଠକରେ  ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Advertisement

ଚଳିତ ଥର ତିନି ଧରି ଆୟୋଜିତ ମହୋତ୍ସବ ରେ ଦୁଇଦିନ ରାଜ୍ୟ ବାହାର ର କଳାକାର ମାନେ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିର ହୋଇଥିବା ବେଳେ ଗୋଟିଏ ଦିନ ରାଜ୍ୟ ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିର ହୋଇଛି ।ଏହା ବ୍ୟତୀତ ପ୍ରତେକ ଦିନ ଆମ ଜିଲାର ଲୋକକଳା କୁ ନେଇ ମଧ୍ୟ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ସ୍ଥିର ହୋଇଛି। ଏହା ବ୍ୟତୀତ ପାଞ୍ଚଦିନ ବ୍ୟାପି ପଲ୍ଲୀଶ୍ରୀ ମେଳା ମଧ୍ୟ ଆୟୋଜିତ ହେବ ।ଏହି ବୈଠକରେ ଅତିରିକ୍ତ  ଜିଲାପାଳ , ଉପ ଜିଲାପାଳ ଓ ସହକାରୀ ଜିଲାପାଳ ମାନେ ମଧ୍ୟ ଯୋଗ ଦେଇଥିବା ବେଳେ ଭିଭିନ୍ନ କମିଟି ଜରିଆରେ ସମସ୍ତ ନସ୍ପତି ନିଆଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *