ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଭାରତ ର କମାଲ, ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ଜିତିଲା ଟିମ ଇଣ୍ଡିଆ ।

ଢ଼ାକା : ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ପାକିସ୍ତାନକୁ ହରେଇ ବ୍ରୋଞ୍ଜ ମେଡାଲ ହାତେଇଲା ଭାରତ। ବୁଧବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ କମବ୍ୟାକ୍ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଦ୍ୱିତୀୟଥର ଲାଗି ପାକିସ୍ତାନକୁ ହରାଇଛି। ଆଜିର ବ୍ରୋଞ୍ଜ ମେଡାଲ ମୁକାବିଲାରେ ପାକିସ୍ତାନ ଓ ଭାରତ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ହର୍ମାନପ୍ରୀତ, ସୁମିତ ଆକାଶଦୀପ ଓ ଓ ବରୁଣ କୁମାର ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

ପୂର୍ବରୁ ଲିଗ ପର୍ଯ୍ୟାୟରେ ଭାରତ ନିକଟରୁ ପାକିସ୍ତାନ ପରାସ୍ତ ହୋଇଥିଲା। ସୂଚନାଯୋଗ୍ୟ  ଗତକାଲି ଭାରତ ସେମିଫାଇନାଲରେ ଜାପାନଠାରୁ ୫-୩ରେ ପରାଜିତ ହୋଇଥିଲା। ଏହି ମ୍ୟାଚରେ ଭାରତକୁ ୫-୩ରେ ପରାସ୍ତ କରିଥିଲା ଜାପାନ ।  ଲିଗ୍ ମ୍ୟାଚରେ ଏକ ତରଫା ବିଜୟର ବଦଲା ନେଇଥିଲା ଜାପାନ ।  ଲିଗ୍ ମ୍ୟାଚରେ ଭାରତ ଜାପାନକୁ ୬-୦ରେ ଏକ ତରଫା ଭାବରେ ବିଜୟ ଲାଭ କରିଥିଲା । କିନ୍ତୁ ସେମିଫାଇନାଲରେ ଲିଗ୍ ମ୍ୟାଚର ପରାଜୟର ବଦଲା ନେଇଥିଲା ଜାପାନ ।

ଭାରତକୁ ୫-୩ରେ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଜାପାନ। ଏଥି ସହ  ପ୍ରଥମ ସେମିଫାଇନାଲରେ ପାକିସ୍ତାନକୁ ୬-୫ରେ ପରାସ୍ତ କରି ପ୍ରଥମ ଦଳ ଭାବରେ  ସାଉଥ କୋରଆ ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଆଜି ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଟାଇଟଲ ପାଇଁ ସାଉଥ କୋରଆ ଓ ଜାପାନ ମୁହାଁମୁହିଁ ହେବେ

Leave a Reply

Your email address will not be published. Required fields are marked *