ଏସୀୟ କ୍ରୀଡ଼ା,ସଟ୍‌ଫୁଟ୍‌ରେ ଭାରତକୁ ସ୍ୱର୍ଣ୍ଣ, ତଜିନ୍ଦର ପାଲ ସିଂ ତୁର ଜିତିଲେ ସ୍ୱର୍ଣ୍ଣ ପଦକ

ହାଙ୍ଗଝୋଉ : ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସଟ୍‌ଫୁଟ୍‌ରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ତଜିନ୍ଦର ପାଲ ସିଂ ତୁର। ୨୦.୩୬ ମିଟର ପର୍ଯ୍ୟନ୍ତ ସଟ୍‌ଫୁଟ୍‌ ଥ୍ରୋ କରି ତଜିନ୍ଦର ସ୍ୱର୍ଣ୍ଣ ଜିତିଛନ୍ତି। ଏହା ଭାରତ ପାଇଁ ୧୩ ତମ ସ୍ୱର୍ଣ୍ଣ ପଦକ। ତଜିନ୍ଦର ପାଲ ସିଂ ତୁରଙ୍କ ସ୍ୱର୍ଣ୍ଣ ପଦକ ସହ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ସ୍ୱର୍ଣ୍ଣ, ୧୬ ରୌପ୍ୟ ଏବଂ ୧୬ ବ୍ରୋଞ୍ଜ ପଦକ ସହ ମୋଟ ୪୫ ପଦକ ଜିତି ମେଡାଲ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ତଜିନ୍ଦର ପାଲ ସିଂ ତୁରଙ୍କ ସ୍ୱର୍ଣ୍ଣ ପଦକ ପୂର୍ବରୁ  ୩ ହଜାର ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ଜିତିଛନ୍ତି ଅବିନାଶ ସାବଲେ।

Advertisement

Leave a Reply

Your email address will not be published. Required fields are marked *