ଜଙ୍ଗଲରୁ ମିଳିଲା ୨୮ଟି ମଲା ଛେଳି,ବାଘ ଆକ୍ରମଣ ସନ୍ଦେହ ।

ଅନୁଗୋଳ : ଆଠମଲ୍ଲିକ ବନଖଣ୍ତ  କୁଟୁଗାଁ ଫରେଷ୍ଟ ବିଟ ଅଂଚଳରେ ଅଜଣା ଜନ୍ତୁ ଆକ୍ରମଣରେ ୨୮ଛେଳି ମୃତ। ବାଘ ସନ୍ଦେହରେ ଅଞ୍ଚଳବାସୀ ଆତଙ୍କିତ। ଗତ କାଲି କୁଟୁଗାଁର  ଛେଳି ଚରାଳୀ  ଟିକୁ ଦେହୁରୀ କୁଟୁଗାଁ ଜଂଗଲ ନିକଟରେ ଛେଳି ପଲ ଚରାଉଥିଲେ । ଛେଳିପଲକୁ ଜଙ୍ଗଲରେ ଛାଡି  ଅପରାହ୍ନ ୨ଟା ବେଳକୁ ସେ ଘରକୁ ଖାଇବାକୁ ଯାଇଥିଲେ । ଅପରାହ୍ନ  ୪ ଟା ବେଳକୁ ଜଂଗଲକୁ ଫେରି  ଛେଳି ପଲ ସେଠାରେ ନଥିବା  ଦେଖିଥିଲେ । ବହୁ ଖୋଜି କରିଥିଲେ   ମାତ୍ର ପାଇ ନଥିଲେ । ଆଜି ଖବର ପାଇଲେଯେ ଗାଁ ପାଖରେ ଥିବା ପାହାଡ଼ରେ ତାଙ୍କର ୨୮ ଗୋଟି ଛେଳିର ମୃତ ଶରୀର ପଡିଛି । ଏ ବିଷୟରେ ଆଠମଲ୍ଲିକ ବନବିଭଗକୁ ଖବର ଦେବା ପରେ ବନବିଭାଗ ପାହାଡ଼କୁ ଯାଇ ଛେଳିଗୁଡିକର ମୃତ ଶରୀର ଗୁଡିକୁ ଗାଁକୁ ଆଣିଥିଲେ ।ଏହି ଘଟଣା ପରେ ଗାଁରେ ବାଘର ଭୟ ଦେଖାଦେଇଛି । ସନ୍ଧ୍ୟା ହେଲେ ଗାଁର ତାଟି କବାଟ ପଡିଯାଉଛି।  ଏତେଗୁଡିଏ ଛେଳିକୁ ବାଘ ଏକା ସାଙ୍ଗରେ କିପରି ମାରିଲା ତାର ଅନ୍ୟକାରଣ ଥାଇପାରେ ବୋଲି ସନ୍ଦେହ କରି ଆଠମଲ୍ଲିକ ବନବିଭାଗ ଛାନଭିନ ଆରମ୍ଭ କରିଛି ।

ଏନେଇ ଆଠମଲ୍ଲିକ ଡିଏଫଓ ଏସ ଆନନ୍ଦ କହିଛନ୍ତି ଛେଳି ଗୁଡିକୁ କେଉଁ ଜନ୍ତୁ ମାରିଲା ତାର ତଦନ୍ତ ଚାଲିଛି। ଜନ୍ତୁର ପାଦ ଚିହ୍ନ ଖୋଜା ଯାଉଛି। କିନ୍ତୁ ସେ ସ୍ଥାନଟି ପାହାଡିଆ ହୋଇଥିବାରୁ ପାଦ ଚିହ୍ନ ମିଳିପାରୁ ନାହିଁ। ଏଣୁ ବର୍ତମାନ ସୁଧା ସଠିକ କାରଣ ଜଣା ପଡ଼ିନାହିଁ।

Leave a Reply

Your email address will not be published. Required fields are marked *