ଅନୁଗୋଳରେ ଗାଁରୁ ଗଡିବ ଅଟୋ-ଆମ୍ବୁଲାନ୍ସ । ରୋଗୀ ଓ ଡ୍ରାଇଭର ମଝିରେ ଭିଡା ହେବ ଜରି ।

ଅନୁଗୋଳ : ଦିନକୁ ଦିନ କାୟ ମେଲାଉଛି ଅଦୃଶ୍ୟ ଭୂତାଣୁ । ଜିଲ୍ଲାରେ ଏବେ ସହର ଠାରୁ ଗାଁ ସବୁଠି ସଂକ୍ରମଣ ବଢିଗଲାଣି । ଫଳରେ ଗାଁ ରୁ ରୋଗୀ ହସ୍ପିଟାଲ ଆସିବା କଷ୍ଟଟକର ପାଠ ହେଲାଣି । ଆଉ ଏତିକି ବେଳେ ଗାଁ ରୋଗୀ ମେଡିକାଲ ଆସିବା ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ଅଟୋ-ଆମ୍ବୁଲାନ୍ସ ଯୋଜନା ଆରମ୍ଭ କରିଛି। ବିଭିନ୍ନ ପଂଚାୟତରେ ରୋଗୀଙ୍କୁ ମେଡିକାଲ ଯାଏଁ ପହଞ୍ଚାଇବା ପାଇଁ ଗୋଟିଏ ଅଟୋ ସଂରକ୍ଷିତ ରହିବ। ଲୋକଙ୍କ ଠାରୁ ଡାକରା ପାଇବା କ୍ଷଣି ରୋଗୀଙ୍କୁ ଅଟୋ ଯେମିତି ମେଡିକାଲ ରେ ପହଂଚାଇବ ସେନେଇ ବିଧିବଦ୍ଧ ଭାବେ ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲୀପ ସାହୁ ଭିଡ଼ିଓ କଂଫେରେନ୍ସି ଜରିଆରେ ବିଡ଼ିଓ ଓ ସରପଞ୍ଚ ଙ୍କ ସହ ଆଲୋଚନା କରିଛନ୍ତି।

ସୂଚନାନୁସରେ ଅଟୋ-ଆମ୍ବୁଲାନ୍ସ ବ୍ୟବସ୍ଥା ପୂର୍ବରୁ ପ୍ରତି ବ୍ଲକ ରେ ପ୍ରାୟ ଦୁଇ ରୁ ଅଧିକ ସରକାରୀ ଆମ୍ବୁଲାନ୍ସ ଗାଡି ରହିଛି। ଅନେକ ସମୟରେ ଜଣେ ରୋଗୀକୁ ନେଇ ଆମ୍ବୁଲାନ୍ସ ଡାକ୍ତରଖାନା କୁ ଯାଇଥିବା ବେଳେ ଅନ୍ୟ ରୋଗୀ ଗୁରୁତର ହେଲେ ତାଙ୍କୁ ଡାକ୍ତରଖାନା ନେବାକୁ ଗାଡି ନାହିଁ। ଗାଁରେ ରୋଗୀ କୁ ଛୁଇଁବାକୁ ଲୋକେ ନାରାଜ। ଗାଁ ଗାଡ଼ିରେ ଲୋକଙ୍କୁ ଡାକ୍ତର ଖାନା କୁ ନେବାକୁ ବି ଲୋକେ ଭୟ କରୁଛନ୍ତି।
ବର୍ତମାନ ସମୟରେ ହଠାତ ରୋଗୀଙ୍କର ଅକ୍ସିଜେନ ଲୋଡ଼ା ପଡୁଛି। ଠିକ ସମୟରେ ରୋଗୀ ଟିଏ ଡାକ୍ତରଖାନା ଯାଏ ପହଂଚି ନ ପାରିଲେ ଜୀବନ ଚାଲି ଯିବାର ଭୟ ଅଛି। ତେଣୁ, ଆମ୍ବୁଲାନ୍ସ ଅନୁପସ୍ଥିତି ରେ ଏହି ଅଟୋ-ଆମ୍ବୁଲାନ୍ସ ଯେମିତି ଲୋକଙ୍କୁ ଅନ୍ତତଃ ଡାକ୍ତରଖାନା ଯାଏ ପହଞ୍ଚାଇ ଜୀବନ ବଞ୍ଚାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଯୋଜନା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *