ବାହୁଡ଼ା ଯାତ୍ରା ପାଇଁ ଭକ୍ତିମୟ ପରିବେଶରେ ଡୁବିଲା ଜିନ୍ଦଲ ନଗର।

ଅନୁଗୋଳ: ଦେବଭୂମି ରେ ବାହୁଡ଼ା ଯାତ୍ରା ଆଧ୍ୟାତ୍ମିକ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ ହଜାର ହଜାର ଶ୍ରଦ୍ଧାଳୁ ସମାବେଶରେ ସମ୍ପନ୍ନ ହୋଇଛି। ଏ ଅବସରରେ ଶ୍ରୀ ଜିଉ ମାନେ ଗୁଣ୍ଡିଚା ମନ୍ଦିରରୁ ଦେବଭୂମି ସ୍ଥିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।ସକାଳ ବେଳା କୁରୁକ୍ଷେତ୍ର ସଂସଦୀୟ କ୍ଷେତ୍ରର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ତାଙ୍କ ଧର୍ମପତ୍ନୀ ତଥା ଜେ ଏସ ପି ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲ ସମ୍ପୂର୍ଣ୍ଣ  ସମର୍ପଣ ଭାବ ସହ ପହଣ୍ଡି ବିଧି ଏବଂ ଛେରା ପହଁରା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ନବୀନ ଜିନ୍ଦଲ ଏବଂ ଶ୍ରୀମତୀ ଶାଲୁ ଜିନ୍ଦଲ ପୁଷ୍ପ ଏବଂ ଜଳ ସିଞ୍ଚନ କରି ତିନି ରଥକୁ ଶୋଧନ କରିଥିଲେ।

Advertisement

   ଏଥିପୂର୍ବରୁ ବଡି ଭୋର ପାଞ୍ଚଟା ସମୟରେ ମନ୍ଦିରର ଦ୍ଵାର ଫିଟା ପରେ ମଙ୍ଗଳ ଆରତୀ,ମଇଲମ୍,ତଡ଼ପ ଲାଗି,ଅବକାଶ ନୀତି ଏବଂ ଅନ୍ୟାନ୍ୟ ନୀତିକାନ୍ତି ମନ୍ଦିରର ମୁଖ୍ୟ ପୂଜକ ଶ୍ରୀକାନ୍ତ ଜି  ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।

            ବାହୁଡ଼ା ଯାତ୍ରା ଅବସରରେ ଜିନ୍ଦଲ ନଗର ବାସିନ୍ଦା ଙ୍କ ସମେତ ଆଖ ପାଖ ଗ୍ରାମ ଗୁଡ଼ିକରୁ ବହୁ ଶ୍ରଦ୍ଧାଳୁ ଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଭକ୍ତମାନେ ଶ୍ରୀ ଜଗନ୍ନାଥ,ଭଉଣୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ର ଙ୍କ ରଥ ଗୁଡ଼ିକୁ ଉତ୍ସାହ ଉଦ୍ଦୀପନାର ସହ ଟାଣି ଥିଲେ।

            ଶ୍ରୀଜୀଉମାନେ ହରିଶୟନ ଏକାଦଶୀ,ଏବଂ ସୁନାବେଶ ରେ ବୁଧବାର ଦିନ ଭକ୍ତ ମାନଙ୍କୁ ଦେଖାଦେବେ। ଗୁରୁବାର ଦିନ ଅଧରପଣା ପରେ ଶୁକ୍ରବାର ଦିନ ଶ୍ରୀଜୀଉ ମାନେ ରତ୍ନ ସିଂହାସନ ରେ ବିଜେ କରିବେ । 

Leave a Reply

Your email address will not be published. Required fields are marked *