ଅନୁଗୋଳ : Bajaj ଅଟୋ ପକ୍ଷରୁ ପ୍ରଥମ ସିଏନଜି ଚାଳିତ ମୋଟରସାଇକେଲ ଫ୍ରିଡମ୍ ୧୨୫ ଅନୁଗୋଳ ରେ ବଜାର ପ୍ରବେଶ କରିଚ୍ଚି । ସହରର ଯମୁନା ବଜାଜ ଶୋରୁମ ଠାରେ ଆଜି ବାଇକ ର ଉନ୍ମୋଚନ ହୋଇଛି । ଏହି ଉନ୍ମୋଚନ ବେଳେ ଭାରତ ପେଟ୍ରୋଲିୟମ ମ୍ୟାନେଜେର ବିବେକ କାୟାଣ୍ଡେ, ଯମୁନା ବଜାଜ ସୋରୁମ ର ମାଲିକ ଗିରିଜା ଶଙ୍କର ଅଗ୍ରୱାଲ ଓ ବିଜୟଲାଲ ଅଗ୍ରୱାଲଙ୍କ ଉପସ୍ଥିତ ଥିଲେ । ଏହି ଗାଡି cng ଗ୍ୟାସ ଓ ପେଟ୍ରୋଲ ଉଭୟ ଇନ୍ଧନରେ ଚାଲିପାରିବ । ଏଥିରେ ୨ କେଜି ଗ୍ୟାସ ଟାଙ୍କି ସହ ପେଟ୍ରୋଲ ଟାଙ୍କି ରହିଛି । ୧ କେଜି ଗ୍ୟାସରେ ଏହି ମୋଟରସାଇକେଲ ୧୦୦କିଲୋମିଟରରୁ ଅଧିକ ଯାଇପାରିବ ।

ଉଭୟ ଗ୍ୟାସ ଓ ପେଟ୍ରୋଲରେ ମୋଟ ୩୩୦କିଲୋମିଟର ଦୂରତା ଅତିକ୍ରମର କ୍ଷମତା ରହିଛି ଏହି ମୋଟରସାଇକେଲ । ଅନ୍ୟାନ୍ୟ ସୁବିଧା ମଧ୍ୟରେ ଏଲଇଡି ଲାଇଟ, ଡିଜିଟାଲ ମିଟର, ବ୍ଲୁଟୁଥ କନେକ୍ସନ ଗାଡ଼ିରେ ରହିଛି । ବଜାରକୁ ୩ ପ୍ରକାର ଗାଡି ପ୍ରବେଶ କରିବା ସହ ୫ଟି ରଙ୍ଗର ଗାଡି ଉପଲବ୍ଧ ଅଛି । ଏହି ମୋଟରସାଇକେଲ ସାଧାରଣ ମୋଟରସାଇକେଲ ଠାରୁ ୫୦ ପ୍ରତିଶତ ପ୍ରଦ୍ୟୁଷଣ କମ୍ ବୋଲି ସୋ ରୁମ ପକ୍ଷରୁ କୁହାଯାଇଛି ।
What’s your Reaction?