ବୋଲେରୋ ଗୋରୁବୋଝେଇ କଣ୍ଟେନର୍ ଧକ୍କା : ତିନି ଜଣକ ଙ୍କ ମୃତ୍ୟୁ ୩୫ରୁ ଅଧିକ ଗୋରୁ ଙ୍କ ଗଲା ଜୀବନ ।

ବାଲେଶ୍ଵର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ନମ୍ବର ଜାତୀୟ ରାଜପଥର ଗାନ୍ଧି ଛକ ନିକଟରେ ଏକ ଗୋରୁ ଗାଡ଼ି ଓଲଟି ୩୫ରୁ ଊର୍ଦ୍ଧ୍ବ ଗୋରୁ ମୃତ ହୋଇଥିବା ବେଳେ ଗାଡ଼ି ଭିତରେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଗୋରୁ ବୋଝେଇ କଣ୍ଟେନର ଏକ ବୋଲେରୋକୁ ଧକ୍କା ଦେଇ ୩୦ଫୁଟ ତଳକୁ ଖସି ପଡ଼ିଥିଲା। ଏହାଫଳରେ ୩୫ରୁ ଊର୍ଦ୍ଧ୍ବ ଗୋରୁ ଙ୍କ  ଜୀବନ ଯାଇଥିବା ବେଳେ ଗାଡ଼ି ଭିତରେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି।

Advertisement

କଣ୍ଟେନରଟି ଭଦ୍ରକ ପଟୁ ଶହେରୁ ଅଧିକ ଗୋରୁ ବୋଝେଇ କରି କଲିକତା ଅଭିମୁଖେ ଯାଉଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖବର ପାଇ ବସ୍ତା ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ମିଳୁଛି।

Leave a Reply

Your email address will not be published. Required fields are marked *