ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ସ୍ଵର ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷା ସିଂ ବରିହା ହେଲେ ବିଜେଡି ପ୍ରାର୍ଥୀ। ଏ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାଙ୍କୁ ଦଳୀୟ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ସେ ଇତିହାସରେ ସ୍ନାତକୋତ୍ତର କରିବା ପରେ ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି । ପଦ୍ମପୁର ଉପ-ନିର୍ବାଚନ ପାଇଁ ଟିକେଟ ମିଳିବା ପରେ  ତାଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ତାଙ୍କୁ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷା ସିଂ ବରିହା ଧନ୍ୟବାଦ ଜଣାଇଛନ୍ତି।  

ସୂଚନାନୁସରେ ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଏ ସଂକ୍ରାନ୍ତରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଥିଲା।  ଆଜି  ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ତେଣେ ସତ୍ୟଭୂଷଣ ସାହୁଙ୍କୁ  କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହେବା ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

Leave a Reply

Your email address will not be published. Required fields are marked *