୩୫ ଲକ୍ଷ ଟଙ୍କା ଜମାରାଶି ଆତ୍ମସାତ କରିଥିବା ପୋଷ୍ଟମାଷ୍ଟରଙ୍କୁ ୭ ବର୍ଷ କାରାଦଣ୍ଡ .

ଭଦ୍ରକ: ୧୮୫ ଜଣ ଜମାକାରୀଙ୍କର ୩୫ ଲକ୍ଷ ଜମାରାଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଆହାରପଦା ଶାଖା ପୋଷ୍ଟ ଅଫିସର ତତ୍କାଳୀନ ଶାଖା ପୋଷ୍ଟମାଷ୍ଟରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ, ପୋଷ୍ଟମାଷ୍ଟର କମଳାକାନ୍ତ ନାୟକଙ୍କୁ ୪୦୯ ଦଫାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ପୁଣି ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ୨୦୧୬ ମସିହାରେ ତତ୍କାଳୀନ ଭଦ୍ରକ ମଣ୍ଡଳ ପୋଷ୍ଟାଲ ସୁପରିଣ୍ଡେଣ୍ଟ ପରମାନନ୍ଦ ସାହୁ ଅଡିଟ ସମୟରେ ଜାଣିବାକୁ ପାଇଥିଲେ ଯେ ଭଦ୍ରକ ଡାକ ମଣ୍ଡଳ ଅଧିନସ୍ତ ଆହାରପଦା ଶାଖା ପୋଷ୍ଟ ଅଫିସରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିଲା ।

୧୮୫ ଜଣ ଜମାକାରୀଙ୍କର ମୋଟ ଜମା ରାଶି ୩୫ ଲକ୍ଷ ଟଙ୍କାକୁ ଶାଖା ପୋଷ୍ଟ ମାଷ୍ଟର କମଳାକାନ୍ତ ନାୟକ ଆତ୍ମସାତ କରି ପୋଷ୍ଟ ଅଫିସର ଜମା ନ କରି ଚଳୁ କରି ଦେଇଛନ୍ତି। ତେଣୁ ସେ ସେତେବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ।

Leave a Reply

Your email address will not be published. Required fields are marked *